ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ

ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଜେଡିରେ ଯୋଗଦେଲେ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର। ବୁଧବାର ବିଜୁ ଜନତା ଦଳରେ ସେ ଯୋଗ ଦେଇଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି। ଯୋଗଦେବା ପରେ ସ୍ବୟଂ କହିଛନ୍ତି ଯେ, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ ନିର୍ବାହ କରିବେ। ଗତ ପ୍ରାୟ ୧ ଦଶନ୍ଧି ଧରି ସ୍ବୟଂପ୍ରକାଶ ଏକାଧିକ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମରେ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: