ଅରଣ୍ୟାନୀର ୨୮ତମ ବାର୍ଷିକ ଉତ୍ସବ

ଅରଣ୍ୟାନୀର ୨୮ତମ ବାର୍ଷିକ ଉତ୍ସବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅରଣ୍ୟାନୀର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଡ. ସୁଜାତା ରଥୋ ଯୋଗଦେଇଥିଲେ। ତାଙ୍କ ସମେତ ଉପସଭାପତି ନିଧି ପୋପଲି, ସମ୍ପାଦିକା, ଜ୍ୟୋତି ପନ୍ଥ, କୋଷାଧ୍ୟକ୍ଷ ମେନକା ମଲ୍ଲିକ, ସହ ସମ୍ପାଦିକା ଅମୃତା ରାଗିଣୀ ପ୍ରଧାନ ଏବଂ ପତ୍ରିକା ସମ୍ପାଦିକା ଶୈଳ ନାୟକ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ବାର୍ଷିକ ପତ୍ରିକା ‘ସବୁଜିମା’ ଉନ୍ମୋଚିତ ହୋଇଥିଲା। ସଭାପତି ଡ. ସୁଜାତା ରଥୋ ମା’ ଅରଣ୍ୟାନୀଙ୍କ ମହାତ୍ମୀୟତା ତଥା ୯ଟି ଗୁଣ ବିଷୟରେ ଆଲୋକପାତ କରିଥିଲେ।

୨୦୨୧-୨୨ ବର୍ଷରେ ଅରଣ୍ୟାନୀ ଦ୍ୱାରା ନିଆଯାଇଥିବା ବିଭିନ୍ନ ପ୍ରକାରର ସାମାଜିକ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଏକ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହି ସମାରୋହରେ ୪ ଜଣ ମହିଳା ଜଙ୍ଗଲ ଅଧିକାରୀଙ୍କୁ ବନଜ୍ୟୋତି ପୁରସ୍କାର ପ୍ରଦାନ କରାଯିବ। ଏହାସହ ଏକ ଅନାଥ ସ୍କୁଲ “ଆଶ୍ରୟ”ରୁ ୧୨ଜଣ ଛାତ୍ର ଓ ସ୍କୁଲର ପରିଚାଳକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏଥିରେ ବହୁ ପୁରୁଣା ଓ ନୂଆ ସଦସ୍ୟ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଲଶ୍ୟା ଜେନା ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବାର୍ଷିକ ପତ୍ରିକା ସମ୍ପାଦିକା ଶୈଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅରଣ୍ୟାନୀ ହେଉଛି ଇଣ୍ଡିଆ ଫରେଷ୍ଟ ଅଫିସରସ୍ ୱାଇଭ୍ସ ଆସୋସିଏସନ, ଯେଉଁଥିରେ ପ୍ରାୟ ୭୫ ଜଣ ସଦସ୍ୟା ବିଭିନ୍ନ ସାମାଜିକ ଓ କଲ୍ୟାଣମୂଳକ କାର୍ଯ୍ୟ କରିଥାଆନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: