ସଚିବାଳୟ ଭିତରକୁ ଯାଇ ପାରିବେନି ସାମ୍ବାଦିକ, ପୂର୍ବତନ କର୍ମଚାରୀ କିନ୍ତୁ ଦଳାଲଙ୍କୁ ଅନୁମତି!

ସଚିବାଳୟ ଭିତରକୁ ଯାଇ ପାରିବେନି ସାମ୍ବାଦିକ, ପୂର୍ବତନ କର୍ମଚାରୀ କିନ୍ତୁ ଦଳାଲଙ୍କୁ ଅନୁମତି!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସଚିବାଳୟ ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ପାଇଁ ମନା। କୋରୋନା ଆଳରେ ବର୍ଷାଧିକ କାଳ ସାମ୍ବାଦିକମାନଙ୍କୁ ସଚିବାଳୟ ଭିତରକୁ ଯିବାକୁ ଦିଆଯାଉ ନାହିଁ । ଏପରିକି ପୂର୍ବତନ ବିଧାୟକ, ସାଂସଦ, ବ୍ୟବସାୟ ପ୍ରତିଷ୍ଠାନର ପ୍ରତିନିଧି ମାନଙ୍କୁ ମଧ୍ୟ ଅନୁମତି ନାହିଁ । ଯେଉଁ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ସଚିବାଳୟର ଅନୁମତି ପତ୍ର ମିଳିଥିଲା, ପୁଲିସର କଟକଣା ପାଇଁ ସେମାନେ ମଧ୍ୟ ସଚିବାଳୟ ଭିତରକୁ ପ୍ରବେଶ କରି ପରୁନାହାନ୍ତି। ସଚିବାଳୟର ପୂର୍ବତନ କର୍ମଚାରୀଙ୍କ ପାଇଁ ମଧ୍ୟ ଏ କଟକଣା ଲାଗୁ ହୋଇଛି। କିନ୍ତୁ, ଜନୈକ ବ୍ୟକ୍ତି ପୁଲିସ୍ ଆଖିରେ ଧୂଳି ଦେଇ ନିୟମିତ ସଚିବାଳୟ ଭିତରକୁ ପ୍ରବେଶ କରି ବିଭିନ୍ନ ବିଭାଗରେ କାମ କରାଇବାରେ ସଫଳ ହେଉଥିବାର ଅଭିଯୋଗ ହେଉଛି। ଏ ବ୍ୟକ୍ତି ଜଣଙ୍କ ନିଜକୁ ସେଲ୍ ର ଜଣେ ଯନ୍ତ୍ରୀ ବୋଲି ପରିଚୟ ଦିଅନ୍ତି। ଖାଲି ସେତିକି ନୁହେଁ, ସେ ଭୁବନେଶ୍ଵରର ପୂର୍ବତନ ସାଂସଦଙ୍କ ଭଣଜା ଓ ଆଜିର ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କ ପରିଚିତ ବୋଲି କୁହନ୍ତି। ଏ ବ୍ୟକ୍ତି ଜଣକ ଭୁବନେଶ୍ୱରର ପୁରୁଣା ବଜାର ଅଞ୍ଚଳରେ ରୁହନ୍ତି। ତାଙ୍କ ଡାକ ନାମ ମନୁ ମଲ୍ଲିକ। ତାଙ୍କୁ ଦେଖି ଥିବା ଲୋକଙ୍କ କହିବା ଅନୁସାରେ ସେ ପ୍ରକୃତରେ ଯନ୍ତ୍ରୀ ନୁହନ୍ତି। ସେ କେବଳ ବିଭାଗ ବିଭାଗ ବୁଲି ଦଲାଲି କରନ୍ତି। ସେ କାହାର ବଦଳୀ ତ କାହାର ବ୍ୟକ୍ତିଗତ ସରକାରୀ କାମର ଠିକା ନିଅନ୍ତି। ଏପରି ଏକ ବ୍ୟକ୍ତି ସଚିବାଳୟ ଭିତରକୁ କିପରି କଟକଣା ଭିତରେ ନିୟମିତ ପ୍ରବେଶ କରିପାରୁଛନ୍ତି, l ସେ ନେଇ ପ୍ରଶ୍ନ ଉଠିଛି। ସରକାରୀ କଳର ଆଢ଼ୁଆଳରେ ନା ଜାଣିଶୁଣି ସଚିବାଳୟ ଭିତରରେ ଚାଲିଛି ଦଲାଲି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: