ଶ୍ରୀଲଙ୍କାରେ ଡଙ୍ଗା ବୁଡି ୬ ଛାତ୍ର ମୃତ ୧୦ ରୁ ଅଧିକ ନିଖୋଜ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଶ୍ରୀଲଙ୍କା ନୌକା ଦୁର୍ଘଟଣା। କିନ୍ନିଆ ସହରରେ ଆଜି ନୌକା ଓଲଟି ପଡିବା ଫଳରେ ଏଥିରେ ଯାତ୍ରା କରୁଥିବା ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୭ ଜଣ ପହଁରି ପହଁରି କୁରୁଞ୍ଜନକୂଲମରେ ପହଞ୍ଚିଛନ୍ତି। ଏହାସହ ଅନେକ ନିଖୋଜ ଅଛନ୍ତି। ଦୁର୍ଘଟଣା ବେଳେ ନୌକାରେ କେତେ ଲୋକେ ଥିଲେ ତାହା ଜଣା ପଡିନାହିଁ। ତେବେ ବିଦ୍ୟାଳୟକୁ ଯାଉଥିବା ଛାତ୍ର ଓ ଶିକ୍ଷକମାନଙ୍କ ସଂଖ୍ୟା ଅଧିକ ଥିଲା ବୋଲି କୁହାଯାଉଛି। ଦୁର୍ଘଟଣାରେ ଅନୁନ୍ୟ ୧୦ ଜଣ ନିଖୋଜ ଥିବା କୁହାଯାଉଛି।ପହଁରି ପହଁରି ବର୍ତ୍ତିଯାଇଥିବା ଲୋକଙ୍କ ମଧ୍ୟରେ ୩ ଜଣ ଛାତ୍ର ଥିବା ଜଣାପଡିଛି। ତେବେ ନିଖୋଜ ଲୋକଙ୍କୁ ଉଦ୍ଧାର ଚେଷ୍ଟା ଜାରି ରହିଛି। ଛାତ୍ରମାନେ ସ୍କୁଲ ଯିବା ପାଇଁ ଡଙ୍ଗାରେ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଶ୍ରୀଲଙ୍କା ନୌସେନା ପକ୍ଷରୁ କୁହାଯାଇଛି। ରାପିଡ ଆକ୍ସନ ବୋଟ ସ୍କ୍ୱାଡ୍ରନ, ସ୍ପେଶିଆଲ ବୋଟ ସ୍କ୍ୱାଡ୍ରନ ଓ ସାମୁଦ୍ର ବୁଡ଼ାଳୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଲୋକେ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

Leave a Reply

Your email address will not be published. Required fields are marked *