ବିଗବସ୍ ଆସିବାକୁ ଜେନିଫର୍ ୱିଂଗେଟଙ୍କୁ ଅଫର୍ ହୋଇଥିଲା ୩ କୋଟି, ମନା କରିଦେଲେ ଅଭିନେତ୍ରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ବିଗବସ୍-୧୪ର ଘୋଷଣା ପରେ ବଡ଼ବଡ଼ ସେଲିବ୍ରିଟିଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦର୍ଶକମାନେ ମଧ୍ୟ ଏହି ସୋ’କୁ ଆସିବାକୁ ଥିବା ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ବେଶ୍ ଉତ୍ସୁକ ଅଛନ୍ତି। ଏହି ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଟେଲି ଧାରାବାହିକର ସବୁଠୁ ପସନ୍ଦିଆ ଅଭିନେତ୍ରୀ ଜେନିଫର୍ ୱିଂଗେଟ୍। ମାତ୍ର, ଅଭିନେତ୍ରୀଜଣଙ୍କ ଅଫର୍ କୁ ମନା କରି ଦେଇଛନ୍ତି। ଯଦି ସେ ମନା କରି ନ ଥାନ୍ତେ, ତେବେ ଜେନିଫର ବିଗବସ୍ ଇତିହାସରେ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ସବୁଠୁ ଦାମୀ ହୋଇଥାନ୍ତେ। ତାଙ୍କୁ ଏଥିପାଇଁ ୩ କୋଟି ଟଙ୍କାର ଅଫର୍ ଦିଆଯାଇଥିଲା। ପାମେଲା ଆଣ୍ଡେରସନଙ୍କୁ ଏପର୍ଯ୍ୟନ୍ତ ସବୁଠୁ ଦାମୀ ପ୍ରତିଯୋଗୀ ଭାବେ ହିସାବ କରାଯାଏ। ସେ ୨.୫ କୋଟି ଟଙ୍କା ନେଇଥିଲେ। ସେହିପରି ରଶ୍ମୀ ଦେଶାଇ ୧.୩ କୋଟି ନେଇଥିଲେ।

ଶିବିନ ନାରଙ୍ଗଙ୍କ ହଁ
ବେହଦ-୨ର ଅଭିନେତା ଶିବିନ ନାରଙ୍ଗ ବିଗବସ୍ ଅଫରକୁ ହଁ କହିଛନ୍ତି। ବିଗବସ୍ ପେଜ ଦ ଖବରୀ ଅନୁସାରେ, ଶିବିନଙ୍କୁ ସୋ’ ପାଇଁ କନଫର୍ମ କରାଯାଇଛି। ଗତ ସିଜନରେ ମଧ୍ୟ ତାଙ୍କୁ ଅଫର୍ ମିଳିଥିଲା, ମାତ୍ର ସେ ବେହଦ-୨ରେ ବ୍ୟସ୍ତ ଥିବାରୁ ମନା କରି ଦେଇଥିଲେ।

Leave a Reply

Your email address will not be published. Required fields are marked *