କବିତା ଫୁଲର ପ୍ରେମ ଭଅଁର ‘ଗୁଲଜାର’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ‘ଆଇନା ଦେଖ୍ କେ ତସଲ୍ଲି ହୁଇ, ହମେଁ ଇସ୍ ଘର୍ ମେଁ ଜାନତା ହୈ କୋଇ’ ହେଉ ଅବା ‘ମେରେ ଖାବୋଁ କି ତବିୟତ୍ ଖରାବ ହୈ, କ୍ୟା ମୁଝେ ଦୋ ଘୁଁଟ୍ ନିଁଦ୍ ମିଲେଗୀ’। କବିତା ତାଙ୍କ ପାଇଁ ନିଶା। ସମ୍ପୂର୍ଣ୍ଣ ସିଂହ କାଲରା, ପୂରା ଦୁନିଆରେ ଗୁଲଜାର ନାଁରେ ପରିଚିତ। ୧୯୩୪ ମସିହା ଅଗଷ୍ଟ ୧୮ ତାରିଖରେ ପଞ୍ଜାବର ଝେଲମରେ ଜନ୍ମିତ ଗୁଲଜାର ସାହେବ ଏକାଧାରରେ ଜଣେ କବି, ଲେଖକ, ଗୀତିକାର, ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ। ସାହିତ୍ୟକୁ ସେ ନିଜର ହୃଦୟ କାମିଜର ପକେଟରେ ରଖନ୍ତି ଓ କବିତାକୁ ନିଃଶ୍ୱାସ ପ୍ରଶ୍ୱାସ ଭାବେ ବ୍ୟବହାର କରନ୍ତି। ଭାରତ-ପାକିସ୍ତାନ ବିଭାଜନ ସମୟରେ ତାଙ୍କର ପୂରା ପରିବାର ଅମୃତସରରେ ରହିଥିବାବେଳେ ଗୁଲଜାର ଚାଲି ଆସିଥିଲେ ମାୟାନଗରୀ ମୁମ୍ୱାଇ, ଯେଉଁଠି ପ୍ରତୀକ୍ଷା କରିଥିଲା ସାହିତ୍ୟର ଫୁଲ। କବିତାରୂପୀ ଫୁଲକୁ ପ୍ରେମର ଭଅଁର ସାଜି ଚୁମିବାରେ ଲାଗିଲେ ଗୁଲଜାର ସାହେବ…

Leave a Reply

Your email address will not be published. Required fields are marked *