ଦେଖନ୍ତୁ ଏବେ କେମିତି ଦେଖାଯାଉଛନ୍ତି ଜୟା ପ୍ରଦା

ଦେଖନ୍ତୁ ଏବେ କେମିତି ଦେଖାଯାଉଛନ୍ତି ଜୟା ପ୍ରଦା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜୟା ପ୍ରଦା ବଲିଉଡର ସୁପରହିଟ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଅଶି ଦଶକରେ ନିଜର ଅଭିନୟ ଓ ନୃତ୍ୟ ଦ୍ଵାରା ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ସେ। ତାଙ୍କର ଷ୍ଟାଇଲ ଏବଂ ଅଭିନୟ ଦର୍ଶକଙ୍କ ହୃଦୟ ସର୍ବଦା ଜିତିଥାଏ। ଜୟା ପ୍ରଦା ଗୋଟିଏ ନୁହେଁ ଅନେକ ସୁପରହିଟ୍ ଫିଲ୍ମ ନିଜ ସମୟରେ ଭେଟି ଦେଇଛନ୍ତି। ଯେଉଁଥିରେ ‘ସରଗମ’, ‘ମା’, ‘ଘର ଘର କି କାହାନୀ’, ‘ ତୁଫାନ’, ‘ସ୍ୱର୍ଗସେ ସୁନ୍ଦର’, ‘ସଞ୍ଜୋଗ’, ‘ମଦଦତ’, ‘ସିନ୍ଦୁର’, ‘ଜବରଦସ୍ତ’, ‘ଆହତ’, ‘ଗଙ୍ଗା ତେରେ ଦେଶ ମେ’ କାମଚୋର,’ ‘ ଆୱାଜ ‘,’ ପାତାଳ ଭୈରବ ‘,’ ସୋପ୍ନ କି ମନ୍ଦିର ‘ ପ୍ରମୁଖ ରହିଛି। ତେବେ କୋଟି ହୃଦୟର ରାଣୀ ସାଜିଥିବା ଜୟାଙ୍କ ଚେହେରା ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। ତାଙ୍କ ଲ୍ୟାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଧମାଲ କରୁଛି। ଜୟା ପ୍ରଦାଙ୍କ ଲ୍ୟାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋଗୁଡ଼ିକ ମଧ୍ୟରୁ କେତେକ ରିଆଲିଟି ସୋ’ରେ ସାମିଲ ହେବା ସମୟର ରହିଥିବା ବେଳେ ଆଉ କେତେକ ବହୁତ ସୁନ୍ଦର ପୋଜରେ ଫଟୋ କ୍ଲିକ୍ କରୁଥିବାର ରହିଛି। ଏହି ଫୋଟରେ ତାଙ୍କୁ ଶାଢ଼ୀ ଓ ସୁନ୍ଦର ଗାଉନରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଜୟାଙ୍କ ଫଟୋ ଦେଖି ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଯେ ଏହା ପ୍ରକୃତରେ ତୁମେ, ତୁମେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯାଉଛ। ସେହିପରି ଅନ୍ୟ ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି ଯେ ତୁମେ ସମ୍ପୂର୍ଣ୍ଣ ଅଫସାର ପରି ଦେଖାଯାଉଛ। ପ୍ରକୃତରେ ଜୟା ଏହି ଫଟୋଗୁଡିକରେ ଅଧିକ ସୁନ୍ଦର୍ ଦେଖାଯିବା ସହ ନିଜ ବେସାଠାରୁ ବହୁତ୍ ସାନ ଜଣା ପଡ଼ୁଛନ୍ତି।

ଜୟାଙ୍କ ପିତା ଜଣେ ତେଲୁଗୁ ଚଳଚ୍ଚିତ୍ରର ଫାଇନସର୍ ଥିଲେ। ସେଥିପାଇଁ ସେ ଜୟାଙ୍କୁ ସେହିଭଳି ଭାବରେ ପଳିଥିଲେ, ଜୟା ପିଲାଦିନରୁ ନୃତ୍ୟ ଏବଂ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ଏଥି ସହିତ ସେ ତାମିଲ, ତେଲୁଗୁ ଚଳଚ୍ଚିତ୍ରରେ ଡେବ୍ୟୁ କରି ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ଏକଦା ଅମିତାଭଙ୍କ ସହ ତାଙ୍କ ସମ୍ପର୍କ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ରାଜନୀତି କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ବିଶେଷ ଅବଦାନ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: