ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘ ଲୟୋଲା ସିନର୍ଜି ‘ ଅନୁଷ୍ଠିତ, ଭାଗନେଲେ ୨୭,୦୦ ରୁ ଅଧିକ ଛାତ୍ରଛାତ୍ରୀ

ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘ ଲୟୋଲା ସିନର୍ଜି ‘ ଅନୁଷ୍ଠିତ, ଭାଗନେଲେ ୨୭,୦୦ ରୁ ଅଧିକ ଛାତ୍ରଛାତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚନ୍ଦ୍ରଶେଖରପୁର ସ୍ଥିତ ଲୟୋଲା ବିଦ୍ୟାଳୟରେ ଶନିବାର ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘ ଲୟୋଲା ସିନର୍ଜି ‘ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀରେ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୭୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏଥିରେ ଛୋଟରୁ ବଡ଼ ୧୦୦୯ ରୁ ଅଧି ମଡେଲ, ଚାର୍ଟ ପେପର, ଫୋଟୋ ଆଦି ପ୍ରଦର୍ଶିତ ହୋଇଥିଲା l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ମୁଖ୍ୟ ଫାଦର୍ ଭିକ୍ଟର୍ ମିସ୍କ୍ଵିଥ ଉଦଘାଟନ କରିଥିଲେ l ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଉଦବୋଧନ ଦେଇ ସେ କହିଥିଲେ ଯେ, ” ପ୍ରଦର୍ଶନୀ ଏକ ଏଭଳି ମଞ୍ଚ, ଯାହା ମାଧ୍ୟମରେ ପିଲାମାନେ ଦଳବଦ୍ଧ ହୋଇ ନିଜର ଜ୍ଞାନ ଓ ଜିଜ୍ଞାସାକୁ ବ୍ୟବହାର କରିବାର ସୁଯୋଗ ପାଇଥାନ୍ତି।”

ଏଠାରେ ପ୍ରଦର୍ଶିତ ମଡେଲ ସବୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ପରିବେଶ, ଟୀକାକାରଣ, ବିକଳ୍ପ ଶକ୍ତି ଉତ୍ସ, ଭାରତୀୟ ସୈନ୍ୟ ବାହିନୀ ଏବଂ ବାୟୁସେନା ବାହିନୀର ଇତିହାସ, ଭବିଷ୍ୟତ ପାଇଁ ଉପଯୋଗୀକାରୀ, ବିନା ମୃତ୍ତିକାରେ ଫସଲ ଉତ୍ପାଦନ ଭଳି ଅଭିନଵ ଓ ନୂତନ ଜ୍ଞାନ କୌଶଳକୁ ନେଇ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କର ଚିନ୍ତାଧାରା ଓ ପରିଶ୍ରମ ଦର୍ଶକ ଏବଂ ଅଭିଭାବକମାନଙ୍କୁ ଖୁବ ଚକିତ କରିଥିଲା । ଗତ ଦୁଇ ବର୍ଷର କରୋନା ଜନିତ ବିରତି ପରେ ବିଦ୍ୟାଳୟରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ମନରେ ପୁଣିଥରେ ଉତ୍ସାହ ଭରିଦେଇଥିଲା। ବିଜ୍ଞାନ ପ୍ରଦର୍ଶନୀ ଦେଖିବା ପାଇଁ ଅନେକ ସ୍ଥାନରୁ ଛାତ୍ରଛାତ୍ରୀ ମଧ୍ୟ ଆସିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: