କାର୍ତ୍ତିକ ମାସରେ ଜଗା ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି

କାର୍ତ୍ତିକ ମାସରେ ଜଗା ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ଗୁରୁବାରରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ, ପୁରୀରେ ହବିଶିଆଳୀଙ୍କ ଭିଡ଼ ଲାଗିପାରେ, ତାଛଡା ଧର୍ମ ମାସରେ ଠାକୁର ଦର୍ଶନ ପାଇଁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ପୁରୀକୁ। ତେଣୁ ଚଳିତ ବର୍ଷ ଭିଡ଼କୁ ଏଡାଇବା ସହ କରୋନା କୁ ବ୍ୟାପିବାକୁ ନଦେବକୁ ଉଦ୍ୟମ କରିଛି ପ୍ରଶାସନ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ନୂଆ ଏସଓପି। କାର୍ତ୍ତିକ ମାସରେ ସକାଳ ୭ରୁ ରାତି ୯ ଯାଏଁ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ। ତେବେ ନୀତିକାନ୍ତି ବେଳେ ସାଧାରଣ ଦର୍ଶନ ବନ୍ଦ ରହିବ।
ପୂର୍ବ ଭଳି ସବୁ ରବିବାର ମନ୍ଦିରରେ ଠାକୁର ଦର୍ଶନ ବନ୍ଦ ରହିବ। ରବିବାର ମନ୍ଦିର ପରିସର ଓ ଏହାର ଆଖପାଖ ଅଞ୍ଚଳ ସାନିଟାଇଜ୍ କରାଯିବ। ସେହିପରି ଦଶହରା ଓ ଭସାଣି ଦିନ ମଧ୍ୟ ଜଗା ଦର୍ଶନ ବନ୍ଦ ରହିବ। ୨୦ ତାରିଖ କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର। ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ପ୍ରବେଶ ସମୟରେ ଭକ୍ତମାନେ ମାସ୍କ ପିନ୍ଧିବା ସହ, ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ହାତ ସାନିଟାଇଜ୍ କରିବା ସହ ମନ୍ଦିର ଭିତରେ କୌଣସି ଦେବାଦେବୀ ବା ଅନ୍ୟ ସ୍ଥାନକୁ ଛୁଇଁବାକୁ ବାରଣ କରାଯାଇଛି। ଏବେ ଭକ୍ତ ମନ୍ଦିର ଭିତରକୁ ଫୁଲ ଓ ଭୋଗ ନେଇପାରିବେ ବୋଲି କୁହାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସ୍ଥାନରେ ଦୀପ ମଧ୍ୟ ଜାଳିପାରିବେ। ସେହିପରି ପ୍ରଶାସନ ସ୍ଥିର କରିଥିବା ସ୍ଥାନରେ ହିଁ ମହାପ୍ରସାଦ ସେବନ କରି ପାରିବେ ଭକ୍ତ। ଶ୍ରୀମନ୍ଦିରକୁ ପଲିଥିନ ନେବାକୁ ବାରଣ କରାଯାଇଛି। ଯଦି କେହି ପଲିଥିନ ନେଇ ଯାଇଥାନ୍ତି ତେବେ ତାଙ୍କୁ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବା ସହ ୬୫ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି, ଅସୁସ୍ଥ, ଗର୍ଗବତୀ, ୧୦ ବର୍ଷରୁ କମ ପିଲାଙ୍କୁ କୋଭିଡ ମହାମାରୀ ସମୟରେ ଦର୍ଶନ ପାଇଁ ନଆସିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ପ୍ରବେଶ ପାଇଁ RT-PCR ଟେଷ୍ଟ କିମ୍ବା ୨ଡୋଜ୍ ଟିକା ବାଧ୍ୟତାମୂଳକ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପରିଚୟପତ୍ର ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: