ପାକିସ୍ତାନ ଉପରେ ହୋଇପାରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ , ପରୋକ୍ଷରେ ଇଙ୍ଗିତ କଲେ ଗୃହମନ୍ତ୍ରୀ

ପାକିସ୍ତାନ ଉପରେ ହୋଇପାରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ , ପରୋକ୍ଷରେ ଇଙ୍ଗିତ କଲେ ଗୃହମନ୍ତ୍ରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଉରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ପରେ ୨୦୧୬ ସେପ୍ଟେମ୍ବର ମାସରେ ପାକିସ୍ତାନ ଆତଙ୍କବାଦୀ ଆଡା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ଭାରତୀୟ ସେନା ପୁରା ବିଶ୍ୱର ଆତଙ୍କବାଦୀଙ୍କ ଛାତି ଥରାଇଦେଇଥିଲା । ପାକିସ୍ତାନୀ ଆତଙ୍କବାଦୀଙ୍କୁ କଡ୍ଡା ଜବାବ୍ ଦେଇଥିଲା ଭାରତୀୟ ସେନା । ସେବେଠାରୁ ରକ୍ତ ଚାଉଳ ଚୋବାଇ ହେଉଛି ପାକିସ୍ତାନ ।
ଅନ୍ତର୍ଜାତୀୟ ସ୍ତରରେ ଧୂଳି ଚାଟିବା ପରେ ଏବେ ସୀମାରେ ଆଉ ଜମ୍ମୁ- କାଶ୍ମୀରରେ ଅତଙ୍କି କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଚେଷ୍ଟା କରୁଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରି ଭାରତୀୟ ସୀମାରେ ଅଶାନ୍ତି ସୃଷ୍ଟି କରିବା ସହିତ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା ମାନ କରୁଛି ପାକିସ୍ତାନ । ଯାହାକୁ ନେଇ ଗତ କିଛି ଦିନ ହେଲା ଅଶାନ୍ତ ହୋଇପଡିଛି ଜମ୍ମୁ-କାଶ୍ମୀର ସୀମା ।
ଆଜି ପାକିସ୍ତାନର ଏଭଳି ନୀତି ଓ ଆତଙ୍କବାଦୀଙ୍କୁ କଡ୍ଡା ଚେତାବନୀ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଜମ୍ମୁ-କାଶ୍ମୀରରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟାକଳାପକୁ ଯଦି ପାକିସ୍ତାନ ଉତ୍ସାହିତ କରେ ତେବେ ପୁଣି ଥରେ ପାକିସ୍ତାନକୁ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ଦେଖିବକୁ ପଡିବ ବୋଲି କହିଛନ୍ତି ଶାହା । ଗୋଆର ଧର ବନ୍ଦୋର ସ୍ଥିତ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଅଧୀନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ଯାହା ପ୍ରମାଣିତ କରିଥିଲା ଯେ ଭାରତ କେବେ ହେଲେ ଆତଙ୍କବାଦ୍ କୁ ବରଦାସ୍ତ କରିବ ନାହିଁ ଏବଂ ଭାରତୀୟ ସେନା ଉପରେ କରାଯାଉଥିବା ପ୍ରତିଟି ଆକ୍ରମଣ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଯବାବ୍ ଦେବ ଭାରତ । ଗ୍ୟହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଆଉ ଆଲୋଚନାର ସମୟ ନାହିଁ ଏଥର ପ୍ରତିଟି ଆକ୍ରମଣର ଜବାବ୍ ଆକ୍ରମଣରେ ହିଁ ଦିଆଯିବ ତେଣୁ ଆତଙ୍କବାଦୀଙ୍କୁ ପ୍ରୋତ୍ସହିତ କରୁଥିବା ଦେଶ ପ୍ରସ୍ତୁତ ରୁହ ଏକାଧିକ ସର୍ଜିକାଲ ଷ୍ଟ୍ରାଇକ୍ ର ସାମ୍ନା କରିବାକୁ। ଯାହାକି ପ୍ରୋକ୍ଷରେ ପାକିସ୍ତାନକୁ ଇଙ୍ଗିତ କରିଛି। ତେବେ ମୋଦି ଓ ଅମିତ୍ ଶାହାଙ୍କ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ପରିବର୍ତନ ହେବା ସହ ସେନା ଅଧିକ ଆସକ୍ତ ହୋଇଛି କହିଲେ ଭୁଲ ହେବନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: