ଚତୁର୍ଥ ଥର ସମନ୍ ପରେ ବି EDରେ ହଜାର ହେଲେନି ଜ୍ୟାକଲିନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ବାରମ୍ବାର ସମନ ପରେ ବି ହାଜର ହେଉ ନାହାଁନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ୨୦୦ କୋଟି ଟଙ୍କା ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କୁ ଚତୁର୍ଥ ଥର ପାଇଁ ସମନ ଜାରି ହୋଇଥିଲେ ମଧ୍ୟ ସେ ଇଡି ନିକଟରେ ହାଜର ହୋଇ ନାହାଁନ୍ତି । ଆଜି ତାଙ୍କୁ ହାଜର ହେବାର ଥିଲା, କିନ୍ତୁ ସେ ହାଜର ହୋଇ ନାହାଁନ୍ତି । ଇଡି ତାଙ୍କୁ ଏହା ପୂର୍ବରୁ ୩ ଥର ସମନ ପଠାଇଥିଲା,ଏହା ଥିଲା ଚତୁର୍ଥ ଥର। କିନ୍ତୁ ଏବେ ମଧ୍ୟ ସେ ED ରେ ହଜାର ହେଉ ନାହାନ୍ତି। ସୂଚନା ଅନୁଯାୟୀ, ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ତଦନ୍ତରେ ସାମିଲ ହେଉ ନାହାନ୍ତି । କେବଳ ଏତିକି ନୁହେଁ, ଏହା ସହିତ ସେ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ତାଙ୍କୁ ସମୟ ଦେବାକୁ ଇଡି ନିକଟରେ ଅନୁରୋଧ କରିଛନ୍ତି । ତେବେ ଏହି ମାମଲାରେ ନୋରା ଫତେହିଙ୍କୁ ଜେରା କରି ସାରିଛି ED। ତେବେ ଜ୍ୟାକଲିନ୍ ହଜାର ନହୋଇ ସମୟ ଗଡେଇବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେହି କେହି ସେ ପ୍ରମାଣ ନଷ୍ଟ କରିବାକୁ ସମୟ ନେଉଥିବା କହୁଥିବା ବେଳେ ସେ ଗିରଫଦାରି ନେଇ ଭୟ ଆଶଙ୍କା କରୁଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *