ସ୍କୁଲ ଯିବେ ଅଷ୍ଟମ ଓ ଏକାଦଶ ପିଲା, ୨୧ରୁ ଅଫଲାଇନ୍ କ୍ଲାସ୍

ସ୍କୁଲ ଯିବେ ଅଷ୍ଟମ ଓ ଏକାଦଶ ପିଲା, ୨୧ରୁ ଅଫଲାଇନ୍ କ୍ଲାସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ପୂଜା ଛୁଟି ପରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଅଫଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଆଜି ଜାରି ହୋଇଛି ମାର୍ଗଦର୍ଶିକା । ସୂଚନା ଅନୁସାରେ, ଆସନ୍ତା ୨୧ ତାରଖରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅଫ ଲାଇନ କ୍ଲାସ ହେବ। ତେବେ ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୂଜା ଛୁଟି ସରିବା ମାତ୍ରେ ୨୧ ତାରିଖରେ ପାଠପଢ଼ା ଆରମ୍ଭ ହେବ।
ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ୨ ଦିନ ପାଠ ପଢା ହେବ ନାହିଁ । ପ୍ରାୟ ଦେଢ ବର୍ଷ ପରେ ସ୍କୁଲ ଖୋଲୁଥିବାରୁ ପ୍ରଥମ ଦୁଇ ଦିନ ପିଲାମାନେ ଗୀତ ଗାଇବା , ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମରେ ଭାଗ ନେବେ । ସେହିପରି ସ୍କୁଲ ଖୋଲିବା ପୂର୍ବରୁ ଅର୍ଥାତ ୨୪ ତାରିଖ ଭିତରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଡାକିବା ପାଇଁ ପରାମର୍ଶ ଦିଆଯାଇଛି ।
ଏହାସହ ୧୭ ତାରିଖରୁ ସବୁ ସ୍କୁଲ ସଫାସୁତୁରା ଓ ସନିଟାଇଜ୍ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହାସହ ୨୭ ରୁ ୨୯ ତାରିଖ ଦୁଇ ଦିନ ଧରି ପିଲାଙ୍କର ଶିକ୍ଷା ସ୍ତର ଆକଳନ କରାଯିବ। ବିଶେଷକରି ଓଡିଆ, ଇଂରାଜୀ ଓ ଗଣିତରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ମାନ କେମିତି ରହିଛି ତାହା ନିର୍ଦ୍ଧାରଣ କରାଯିବ । ସେହି ଅନୁସାରେ ଶିକ୍ଷକମାନେ ପ୍ରତିକାରତ୍ମକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ବୋଲି କୁହାଯାଇଛି। ତେବେ କରୋନ କଟକଣା ସହ ମାସ୍କ୍, ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ। ଏହାସହ ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପ୍ରତି ମଧ୍ୟ ନଜର ରଖାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: