ହସ୍ତକ୍ଷେପ କଲେ ପରିମାଣ ଭୟଙ୍କର ହେବ

ହସ୍ତକ୍ଷେପ କଲେ ପରିମାଣ ଭୟଙ୍କର ହେବ

ପ୍ରିଜମ ନ୍ୟୁଜ ବ୍ୟୁରୋ: ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କଲା ରୁଷିଆ। ୟୁକ୍ରେନ୍‌ ବିରୋଧରେ ସେନା ଅପରେସନ ପାଇଁ ପୁଟିନ୍‌ଙ୍କ ଗ୍ରୀନ୍‌ ସିଗ୍‌ନାଲ । ୟୁକ୍ରେନ ଉପରେ ମିଲିଟାରୀ ଅପରେଶନ ପାଇଁ ନିର୍ଦ୍ଦେଶ ଦେଲା ଋଷ। ପ୍ରଚଣ୍ଡ ଆକ୍ରମଣ ସହ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କଲା ଋଷ। ବର୍ଷଣ କରିବ କମାଣ। ୟୁକ୍ରେନ୍‌ ସେନାକୁ ଆତ୍ମସମର୍ପଣ ପାଇଁ କହିଲେ ପୁଟିନ୍‌ । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ଦେଶ ବାହାରେ ସାମରିକ ବଳ ପ୍ରୟୋଗ କରିବାର ଅଧିକାର ମିଳିବା ପରେ ୟୁକ୍ରେନ ବୁଧବାର ଦିନ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। ୟୁକ୍ରେନ୍‌ ମାମଲାରେ ହସ୍ତକ୍ଷେପ କଲେ ପରିଣାମ ଭୟଙ୍କର ହେବ ବୋଲି ଅନ୍ୟ ରାଷ୍ଟ୍ରଙ୍କୁ ଚେତାବନୀ ଦେଲେ ପୁଟିନ। ଅନ୍ୟପକ୍ଷେ ୟୁକ୍ରେନ୍‌ ବିରୋଧରେ ରୁଷିଆର ଆକ୍ରମଣ ନେଇ ଆମେରିକା ପକ୍ଷରୁ ମିଳିଛି ପ୍ରତିକ୍ରିୟା । ଯୁଦ୍ଧରେ ଯାହା ବି କ୍ଷୟକ୍ଷତି ହେବ ରୁଷିଆ ଦାୟୀ ହେବ | ଆମେରିକା ଓ ସହଯୋଗୀ ଦେଶ ଏକତ୍ର ଏହାର ଜବାବ ଦେବେ, ରୁଷିଆକୁ ଏଥିପାଇଁ ବିଶ୍ବ ଆଗରେ ଜବାବ ଦେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: