ଗୋଟିଏ ମିନିଟରେ ହେବ କୋରୋନା ଟେଷ୍ଟ୍ !

ଗୋଟିଏ ମିନିଟରେ ହେବ କୋରୋନା ଟେଷ୍ଟ୍ !

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଭାରତରେ ମଧ୍ୟ ସହଜ ଓ ସୁବିଧାରେ ସାଲିଭା ସାମ୍ପଲ ମାଧ୍ୟମରେ ହୋଇପାରିବ କୋରୋନା ଟେଷ୍ଟ। ଏନେଇ ଇସ୍ରାଏଲରୁ ଖୁବଶୀଘ୍ର ଭାରତ ଆସୁଛନ୍ତି ଏକ ଡାକ୍ତରୀ ଟିମ୍। ଦେଶରେ କୋରୋନା ସାଂଘାତିକ ସ୍ଥିତି ସୃଷ୍ଟି କରିଥିବାବାଳେ ବନ୍ଧୁରାଷ୍ଟ୍ର ଇସ୍ରାଏଲର ଡାକ୍ତରୀ ଟିମଙ୍କ ଭାରତ ଗସ୍ତକୁ ଅପେକ୍ଷା କରାଯାଇଛି। ପୂର୍ବରୁ ଇସ୍ରାଏଲରେ ଏହି ପରୀକ୍ଷଣ ସଫଳ ହୋଇସାରିଛି। ପ୍ରଥମେ ଦିଲ୍ଲୀ ଏମ୍ସରେ ପରୀକ୍ଷଣ ସଫଳ ହେବା ପରେ ଦେଶରେ ଅନ୍ୟ ସ୍ଥାନରେ ମଧ୍ୟ ଏହି ବ୍ୟବସ୍ଥା ଆପଣା ଯିବ ବୋଲି ଜଣାପଡ଼ିଛି। ପଲିଆମିନୋ ଏସିଡ୍ ସହ AIର ସାହାଯ୍ୟରେ ଏହି ପରୀକ୍ଷଣ କରାଯିବ। ଏହି ପରୀକ୍ଷା ସଫଳ ହେଲେ ଲକ୍ଷଣ ଦେଖା ଦେଉଥିବା ଲୋକଙ୍କ ଘରେ ହିଁ ବାୟୋ କେମିକାଲ ପଦ୍ଧତିରେ ଖୁବ୍ କମ୍ ସମୟ ମଧ୍ୟରେ କୋରୋନା ପରୀକ୍ଷା ହୋଇପାରିବ। ଏହାସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ପ୍ରୟୋଗ ସହ କେବଳ କଣ୍ଠ ସ୍ୱରର ପରୀକ୍ଷା କରି କୋଭିଡ-19 ଇନଫେକସନ ବିଷୟରେ ଜାଣିହେବ ବୋଲି ଇସ୍ରାଏଲୀ ଡାକ୍ତରୀ ଟିମ୍ ଦାବି କରିଛନ୍ତି। ପଲିଆମିନୋ ଏସିଡ୍ ମାଧ୍ୟମରେ କୋରୋନା ଟେଷ୍ଟରେ ଶେଷ ପର୍ଯ୍ୟାୟ ପରୀକ୍ଷଣ ଭାରତରେ ହେବାକୁ ଯାଉଛି। ଏହି ପରୀକ୍ଷା ସଫଳ ହେଲେ ଏୟାରପୋର୍ଟ, ରେଲୱେ ଷ୍ଟେସନ, ସପିଂ ମଲରେ ଖୁବ କମ ସମୟ ମଧ୍ୟରେ କୋରୋନା ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରାଯାଇ ପାରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: