କଙ୍ଗନା ରାଣାୱତଙ୍କୁ ସମନ

କଙ୍ଗନା ରାଣାୱତଙ୍କୁ ସମନ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛର ରହସ୍ୟ ଖୋଜୁଛି ପୋଲିସ। ସୁଶାନ୍ତଙ୍କ ଜଡ଼ିତ ପ୍ରତିଟି ଲୋକଙ୍କୁ ପଚରାଉଚରା କରୁଛି। ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ମଧ୍ୟ ସମନ ପଠାଇଛି ମୁମ୍ବାଇ ପୋଲିସ। ଏହି ସମନର ଏକ କପି କଙ୍ଗନାଙ୍କ ମନାଲି ସ୍ଥିତ ଘରକୁ ପଠାଯାଇଛି, ଯେଉଁଠି ଏବେ କଙ୍ଗନା ରହୁଛନ୍ତି। ସମନ ପାଇବା ପରେ ଏହାର ଜବାବ ରଖିଛନ୍ତି କଙ୍ଗନାଙ୍କ ଓକିଲ। ମୁମ୍ବାଇର ଜଣେ ତଦନ୍ତକାରୀ ଅଧିକାରୀଙ୍କୁ ମନାଲି ପଠାଇ କଙ୍ଗାନଙ୍କ ବୟାନ ନେବାକୁ ସେ ଅନୁରୋଧ କରିଛନ୍ତି। ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ତଦନ୍ତରେ କଙ୍ଗନା ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଚାହଁନ୍ତି। ହେଲେ କୋରୋନା କଟକଣା ଯୋଗୁ କଙ୍ଗନା ବାହାରକୁ ଯାଇପାରିବେ ନାହିଁ। ତେଣୁ ଅଫିସର ଏଠାକୁ ଆସି ବୟାନ ନିଅନ୍ତୁ। କିମ୍ବା ପଚାରିବାକୁ ଥିବା ପ୍ରଶ୍ନ ଗୁଡିକ ପ୍ରଦାନ କଲେ ସେ ବୟାନ ରେକର୍ଡ କରି ପଠାଇବେ ବୋଲି ଜଣାଇଛନ୍ତି। କଙ୍ଗନାଙ୍କୁ ଜୁଲାଇ ୨୭ ସୁଦ୍ଧା ବାନ୍ଦ୍ରା ପୋଲିସ ଷ୍ଟେସନରେ ବୟାନ ରଖିବାକୁ ସମନରେ କୁହାଯାଇଛି। ମାର୍ଚ୍ଚ ୧୭ ତାରିଖ ଠାରୁ ହିମାଚଳ ପ୍ରଦେଶର ମନାଲି ଘରେ ରହୁଛନ୍ତି କଙ୍ଗନା। ପୂର୍ବରୁ ସୁଶାନ୍ତଙ୍କ ସହିତ ଜଡ଼ିତ ଥିବା ବ୍ୟକ୍ତି ଏବଂ ତାଙ୍କ ସାଙ୍ଗ ରିୟା ଚକ୍ରବର୍ତ୍ତୀ, ମ୍ୟାନେଜର, କ୍ରିଏଟିଭ ମ୍ୟାନେଜର, ସଞ୍ଜୟ ଲୀଲା ଭଂସାଲୀ ଓ ଆଦିତ୍ୟ ଚୋପ୍ରାଙ୍କ ସମେତ ବହୁ ସେଲିବ୍ରିଟିଙ୍କ ବୟାନ ରେକର୍ଡ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: