ମଣିଷ ଚୁମ୍ବକ, ଶରୀରରେ ଲାଗୁଛି ସବୁ ପ୍ରକାର ଜିନିଷ

ମଣିଷ ଚୁମ୍ବକ, ଶରୀରରେ ଲାଗୁଛି ସବୁ ପ୍ରକାର ଜିନିଷ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚୁମ୍ବକ ଗୋଟେ ଏମିତି ଧାତୁ ଯାହା ଉପରେ ଲୁହାରେ ନିର୍ମିତ ସମସ୍ତ ଜିନିଷ ଲାଗିଯାଏ। ଚୁମ୍ବକକୁ କୌଣସି ଲୁହା ପାଖକୁ ଆଣିବା ସମୟରେ ସେ ଚଟାକ୍ କିନା, ତା ସହିତ ଏହା ଲାଗିଯାଏ। କିନ୍ତୁ ଯଦି ଏହିପରି ଘଟଣା କୌଣସି ମଣିଷ ଶରୀରରେ ଘଟେ, ତେବେ ଆପଣ ଏହାକୁ କ’ଣ କହିବେ? ନିଶ୍ଚିତ ଭାବରେ ଆପଣ ସେହି ବ୍ୟକ୍ତିଙ୍କୁ ଚୁମ୍ବକୀୟ ମଣିଷ ବୋଲି କହିବେ। ଏହିପରି ଜଣେ ଚୁମ୍ବକୀୟ ବ୍ୟକ୍ତି ଇରାନରେ ରୁହନ୍ତି, ଯାହାଙ୍କ ନାମ ଅବଲୋ ଫଜଲ ସାବୀର ମୋଖତରୀ। ଯଦିଓ ଚୁମ୍ବକରେ କେବଳ ଲୁହାରେ ନିର୍ମିତ ଜିନିଷ ଲାଗିଥାଏ, କିନ୍ତୁ ଏହି ବ୍ୟକ୍ତିଙ୍କ ଦେହରେ ସମସ୍ତ ପ୍ରକାର ଜିନିଷ ଲାଗିଯାଉଛି। ସେ କାଚର ହେଉ କି କାଠର ଅବା ଲୁହା କିମ୍ବା ଇସ୍ପାତରେ ତିଆରି ହେଉ, ସବୁକିଛି ଏହି ବ୍ୟକ୍ତିଙ୍କ ଶରୀରରେ ଲାଗିଯାଏ।
ସୋସିଆଲ ମିଡିଆରେ ଅବଲୋ ଫଜଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଗ୍ଲାସ, କାଠ, ଇସ୍ପାତ, ଲୁହା ଏବଂ ଅନ୍ୟାନ୍ୟ ଧାତୁରେ ନିର୍ମିତ ବସ୍ତୁଗୁଡ଼ିକୁ ତାଙ୍କ ଶରୀରରେ ଲଗାଯାଇଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ବ୍ରିଟିଶ ଖବରକାଗଜ ଦି ସନ୍ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ଯେକୌଣସି ବସ୍ତୁକୁ ଧରି ରଖିବା ପାଇଁ ମଣିଷର ଏକ ଅନନ୍ୟ ଦକ୍ଷତା ଅଛି।’ ଭିଡ଼ିଓଟିକୁ ଖୁବ୍ କମ ସମୟ ଭିତରେ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏଠାରେ ସୂଚନା ଥାଉକି ଅବୋଲ ଫଜଲଙ୍କ ଶରୀରରେ କୌଣସି ପ୍ରକାରର ଚୁମ୍ବକ ନାହିଁ, କିନ୍ତୁ ସେ ନିଜ ଶରୀରରେ କିଛି ରଖିବା କଳା ଶିଖିଛନ୍ତି। ସେଥିପାଇଁ ସେ ନିଜ ଶରୀରରେ ସବୁକିଛି ଲଗାଇ ରଖିପାରନ୍ତି। କେବଳ ସେତିକି ନୁହେଁ, ସେ ନିଜ କଳା ଦ୍ଵାରା ଅନ୍ୟ ଜଣଙ୍କ ଶରୀରରେ ମଧ୍ୟ ଯେକୌଣସି ଜିନିଷ ଲଗେଇ ପାରିବେ।
୫୧ ବର୍ଷିୟ ଅବୋଲଫାଜାଲ ସାବୀର ପିଲାଦିନରୁ ତାଙ୍କ ଶରୀରରେ କୌଣସି ବସ୍ତୁ ଲଗେଇ ରଖିବାର କଳା ଶିଖିବା ଆରମ୍ଭ କରିଥିଲେ । ଏହା ପରେ ସେ ନିଜ ଶରୀରରେ ସବୁକିଛି ଅତି ସହଜରେ ଲଗେଇ ରଖି ପାରନ୍ତି। ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଓ ପ୍ରଶଂସା ମଧ୍ୟ କରନ୍ତି। ସେ ଯୁଆଡେ ଯାନ୍ତି ତାଙ୍କର ଏହି କଳା ଦେଖିବାକୁ ଲୋକ ଭିଡ଼ ହୁଏ। କେବଳ ସେତିକି ନୁହେଁ, ଅନେକ ଜିନିଷ, ସେ ନିଜ କଳା ଦ୍ଵାରା ସାମ୍ନାରେ ଥିବା ବ୍ୟକ୍ତିଙ୍କ ଦେହରେ ଲଗେଇ ପାରନ୍ତି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଅବୋଲ ଫଜଲ ତାଙ୍କ ଶରୀରରେ ଟେବୁଲ କାଚ, ଅନେକ ଚାମଚ, ମୋବାଇଲ୍ ଫୋନ୍, କାର୍ ଚାବି ଏବଂ କିଛି ପନିପରିବା ଲଗାଇ ରଖିଛନ୍ତି। ତେବେ ଜଣେ ମହିଳା ତାଙ୍କ ଶରୀରରେ ଏହି ସବୁ ଜିନିଷ ଲାଗିଥିବାର ମଧ୍ୟ ଦେଖିବାକୁ ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: