ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ‘ନବୀନ ‘ ଙ୍କୁ ନବୀନଙ୍କ ଆହ୍ବାନ

ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ‘ନବୀନ ‘ ଙ୍କୁ ନବୀନଙ୍କ ଆହ୍ବାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: (ନବୀନ ନନ୍ଦ, FB); କିଛି ସମୟ ତଳେ ଓଡ଼ିଶାରଏକ ପ୍ରତିଷ୍ଠିତ ଟିଭି ଚାନେଲ ରେ ଭୁବନେଶ୍ୱର ର ଏମ୍ସ ହସ୍ପିଟାଲ ରୁ ଜନୈକ ୨୪ବର୍ଷର ଯୁବକ ଶ୍ରଧେୟ ଅମିତ ପ୍ରଧାନ ଙ୍କୁ ଏୟାର ଆମ୍ବୁଲାନ୍ସ ରେ ଚେନାଇ ସ୍ଥିତ ଆପୋଲୋ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିବାର ବିବରଣୀ ଅତି ସୁନ୍ଦର ଭାବରେ ଉପସ୍ଥାପନ। କରାଯାଉଥିଲା । ସେହି ଟିଭି ଚାନେଲ ର ମାଲିକାନା ରେ ଥିବା ଏକ ପ୍ରତିଷ୍ଠିତ ଓଡ଼ିଆ ସମ୍ବାଦ ପତ୍ର ରେ “ଓଡ଼ିଶାର ଘରେ ଘରେ ଯୋଦ୍ଧା ତିଆରି ପାଇଁ ତାଲିମ ଦିଆଯିବ” ବୋଲି ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କର ଏକ ବାର୍ତ୍ତା କୁ ମଧ୍ୟ ଅତି ଉତ୍ତମ ଭାବେ ସ୍ଥାନାନ୍ତରିତ କରାଯାଇଥିଲା । ସେହି ସମ୍ବାଦ ର ଏକ ପାଠକୀୟ ମତାମତ ମଧ୍ୟ ପ୍ରକାଶ ପାଇଥିଲା। ଅତି ସୁନ୍ଦର ଓ ନିର୍ଭୀକ ଭାବରେ ଡ଼ ରାଜେନ୍ଦ୍ର ନାରାୟଣ ଦାସ ଙ୍କର ପାଠକୀୟ ମତାମତ ପଢି ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା।ଯାହାକୁ ପ୍ରକାଶ କରିବାକୁ ବାଧ୍ୟ ଦେଉଛି ।ହୁଏତ ଏହା କାହାକୁ କଷ୍ଟ ଦେଇପାରେ ସେଇଥିପାଇଁ ପ୍ରଥମରୁ କ୍ଷମା ମାଗି ନେଉଛି ।
୧ – ଯଦି ଚେନାଇ କିମ୍ବା ହାଇଦେରାବାଦ ରେ ଉର୍ଣ୍ଣତ ମାନର ଚିକତ୍ସା ଉପଲବ୍ଧ ହୋଇ ପାରୁଛି ତେବେ ଓଡ଼ିଶାରେ କାହିଁକି ନୁହେଁ ? ଓଡ଼ିଶାର କେତେ ଜଣ ଲୋକ ଏୟାର ଆମ୍ବୁଲାନ୍ସ ରେ ନିଜର ସମ୍ପର୍କୀୟ ଙ୍କୁ ନେଇ ରାଜ୍ୟ ବାହାରକୁ ଯାଇ ପାରିବେ ? ଆଜି ସ୍ୱାଧୀନତାର ୭୦ ବର୍ଷ ପରେ ଓ ଗୋଟିଏ ଦଳ ୨୦ବର୍ଷ ରୁ ଅଧିକା ଶାସନ କରିବା ପରେ ଓଡ଼ିଶାରେ ସ୍ବାସ୍ତ୍ୟ ବ୍ୟବସ୍ଥାର ଉର୍ଣ୍ଣତି କାରଣ କାହିଁକି ହୋଇନାହିଁ ? ସଦାବେଳେ କେନ୍ଦ୍ର କୁ ଦୋଷ ଦେଇ ଖସି ଯାଇ ହେବ ନାହିଁ । କିଛି ଦିନ ତଳେ ଉପଯୁକ୍ତ ସ୍ବାସ୍ତ୍ୟ ସେବାରୁ ବଂଚିତ ହୋଇ ମୁଁ ନିଜେ ମୋର ୩୮ବର୍ଷର ପୁଅ କୁ ହରାଇବାକୁ ପଡିଲା । ମୁଁ ଅତି ବିକଳ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଗତ ୨୨ ତାରିଖ ଦିନ ଗୁହାରି କରିଥିଲି ମୁଁ ଆଜି ଯେଉଁଥିପାଇଁ ମୋର ପୁଅ କୁ ହରାଇବାକୁ ଯାଉଛି ଅନ୍ତତଃ ଓଡ଼ିଶାର ଗରିବ ଲୋକ ମାନଙ୍କ ଉର୍ଣ୍ଣତ ସ୍ବାସ୍ତ୍ୟ ସେବା ଯୋଗାଇବାକୁଯେଉଁ ଉପକରଣ ଓ ଯନ୍ତ୍ରପାତି ର ଆଵଶ୍ୟକତା ଅଛି ତାହା ଜରୁରୀ କାଳୀନ ଭିତ୍ତିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଗୁଡିକରେ ଉପଲବ୍ଧି କରିବା ପାଇଁ । କିନ୍ତୁ ତାର ଫଳ କଣ ହେଲା କେବଳ ଭଗବାନ ଜାଣନ୍ତି।
ଆଜି ଓଡ଼ିଶାର ଗ୍ରାମାଞ୍ଚଳ ରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅଵଶ୍ୟକୀୟ ଡାକ୍ତର କାହିଁକି ନାହାନ୍ତି । ଆଜି କ ରୋ ନା ର ଦ୍ଵିତୀୟ ଲହର ରେ ଓଡ଼ିଶାର ହଜାର ହଜାର ଜନ ସାଧାରଣ ପୋକ ମାଛି ପରି ମରୁଛନ୍ତି । ସେମାନଂକର ଶବ ଗୁଡିକୁ ମଧ୍ୟ ତାଙ୍କର ପରିବାର କୁ ହସ୍ତାନ୍ତର ନକରାଯାଇ ଜେସିବି ମେସିନ ରେ ଗାତ ଖୋଳି ପୋତି ଦିଆଯାଉଛି । ଯଦି ନେତା କି ମନ୍ତ୍ରୀ କୋଭିଡ ରେ ମୃତ୍ୟୁ ମୁଖରେ ପଡୁଛନ୍ତି ତେବେ ପୋଷ୍ଟ କୋଭିଡ ରୋଗୀ ଆଖ୍ୟା ଦେଇ ସେମାନଙ୍କର ଶବ କୁ ସେମାନକଙ୍କର ପରିବାର ଙ୍କୁ ହସ୍ତାନ୍ତର କରାଯାଉଛି । ଏ ବ୍ୟବସ୍ଥା କଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଜାଣୁନାହାନ୍ତି ? ଆଉ କେତେଦିନ ଓଡ଼ିଶାର ଲୋକ ଙ୍କୁ ଏପରି ପୋକ ମାଛି ପରି ମରିବାକୁ ଦିଆଯିବ ? ଘରେ ଘରେ କିପରି ବିପର୍ଯୟ ପରିଚାଳନା ପାଇଁ ଯୋଦ୍ଧା ତିଆରି ହେବେ ?
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବିନୀତ ନିବେଦନ ଆପଣ ଓଡ଼ିଶାର ସ୍ବାସ୍ତ୍ୟ ସେବାର ବାସ୍ତବତା କୁ ଉପଲବ୍ଧି କରି ତୁରନ୍ତ ବିହିତ ପଦକ୍ଷେପ ନିଅନ୍ତୁ । ଆଜି” ବିଜୁ ପଟନାୟକ” ଜୀବିତ ଥିଲେ ଆମକୁ ଏ ଦଶା ଭୋଗିବାକୁ ପଡିନଥାନ୍ତା । ଆପଣ ଓଡ଼ିଶାର ଜନମାନସ ର ନେତା ବିଜୁ ପଟନାୟକ ଙ୍କର ଦାୟାଦ ଭାବରେ ଏଇ ଗୋଟିଏ ସ୍ୱପ୍ନ କୁ ସାକାର କରନ୍ତୁ ଓ ଓଡ଼ିଶାର ହଜାର ହଜାର ଲୋକଙ୍କୁ ପୋକ ମାଛି ପରି ମୃତ୍ୟୁ ମୁଖରୁ ବଞ୍ଚ।ନ୍ତୁ ।ଓଡ଼ିଶାର ଇତିହାସ ରେ ଆପଣଙ୍କ ନାଁ ସ୍ଵର୍ଣକ୍ଷର ରେ ଲିପିବଦ୍ଧ ରହିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: