୨୦୨୨ରେ ଭାରତରେ ଖେଳା ହେବ IPL

୨୦୨୨ରେ ଭାରତରେ ଖେଳା ହେବ IPL

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚଳିତ ଥର ଭାରତରେ ଖେଳା ହେବ IPL। ଆଇପିଏଲର ୨୦୨୨ ସଂସ୍କରଣ ଦେଶରେ ଖେଳାଯିବା ନେଇ ସବୁଜ ସଂକେତ ଦେଇଛି ବିସିସିଆଇ । ୨୦୨୦ ମସିହାରେ ମହାମାରୀ କରୋନା ପାଇଁ ଆଇପିଏଲ୍ ୟୁଏଇରେ ଖେଳା ଯାଇଥିଲା । ଏହାଛଡ଼ା ଗତବର୍ଷ ମଧ୍ୟ କରୋନା ପାଇଁ ପ୍ରଥମ ପର୍ଯ୍ୟାୟ ପରେ ଲିଗର ଅନ୍ୟ ମ୍ୟାଚ ୟୁଏଇରେ ଖେଳା ଯାଇଥିଲା ।ତେବେ ଏବର୍ଷ ଆଇପିଏଲର ସମସ୍ତ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ । ଆବଶ୍ୟକ ପଡ଼ିଲେ ମୁମ୍ବାଇର ପଡ଼ୋଶୀ ପୁନେରେ କିଛି ମ୍ୟାଚ୍ ଖେଳା ଯାଇପାରେ ବୋଲି BCCI ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଇପିଏଲ୍ ଭାରତରେ ଖେଳାଯିବାକୁ ଥିବାବେଳେ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିବ । କାରଣ ବିନା ଦର୍ଶକରେ ଆଇପିଏଲର ସମସ୍ତ ମ୍ୟାଚ୍ ଖେଳାଯିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଚଳିତଥର ଆଇପିଏଲ୍ ନିଲାମୀ ପାଇଁ ୧୨୦୦ରୁ ଅଧିକ ଖେଳାଳି ପଞ୍ଜିକରଣ କରିଛନ୍ତି। ଏଥିରେ ୮୯୬ ଜଣ ଭାରତୀୟbଖେଳାଳି ଥିବାବେଳେ ୩୧୮ ବିଦେଶୀ ଖେଳାଳି ରହିଛନ୍ତି । ନିଲାମୀ ପ୍ରକ୍ରିୟା ଫେବ୍ରୁଆରୀ ୧୨ ଓ ୧୩ ତାରିଖରେ ବେଙ୍ଗଳୁରୁରେ ହେବ। ଖେଳାଳି ନିଲାମୀ ପୂର୍ବରୁ ୧୦ ଟିମ୍ ୩୩ ଖେଳାଳିଙ୍କୁ ଚୟନ କରିଛନ୍ତି । ଏବେର ୮ଟି ଫ୍ରାଞ୍ଚାଇଜ୍ ୨୭ ଖେଳାଳିଙ୍କୁ ଚୟନ କରିଛନ୍ତି । ଆଇପିଏଲର ୨ଟି ନୂଆ ଟିମ୍ ୬ ଜଣ ଖେଳାଳିଙ୍କୁ ବାଛିଛନ୍ତି । ଯେଉଁମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା (ଅହମଦାବାଦ) ଓ କେଏଲ୍ ରାହୁଲ (ଲକ୍ଷ୍ନୌ)ଙ୍କୁ ଅଧିନାୟକ ନିଯୁକ୍ତ କରିଛି । ତେବେ ମାର୍ଚ୍ଚ ୨୭ ରୁ ଖେଳ ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: