୨୦୧୯ ବହୁଚର୍ଚ୍ଚିତ କଟକ ନାବାଳିକା ଅପହରଣ ମାମଲା: ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ଓ ସ୍ତ୍ରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

୨୦୧୯ ବହୁଚର୍ଚ୍ଚିତ କଟକ ନାବାଳିକା ଅପହରଣ ମାମଲା: ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ଓ ସ୍ତ୍ରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବହୁଚର୍ଚ୍ଚିତ କଟକ ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ପ୍ରକାଶ ପାଇଛି ରାୟ। ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ କୋର୍ଟ ବଡ଼ ଦଣ୍ଡାଦେଶ ଶୁଣାଇଛନ୍ତି । ଦୋଷୀ ଦଂପତିଙ୍କୁ କଡ଼ା ଦଣ୍ଡ ଦେଲେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ । ସ୍ୱାମୀ ଅମିତ ବିନ୍ଧାଣୀକୁ ଆଜୀବନ ଓ ସ୍ତ୍ରୀ ଚୁନିଆକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ପୀଡ଼ିତାକୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସୂଚନା ଯୋଗ୍ୟ,୨୦୧୯ରେ ସତୀଚଉରା ଅଞ୍ଚଳରେ ଘଟିଥିଲା ଅପହରଣ ଓ ଦୁଷ୍କର୍ମ । ୧୦ ବର୍ଷର ପଡ଼ୋଶୀ ନାବାଳିକାକୁ ଝାଡ଼ଖଣ୍ଡ ଉଠାଇ ନେଇଥିଲେ ଦମ୍ପନ୍ତି। ସେଠାରେ ପତ୍ନୀଙ୍କ ସହଯୋଗରେ ଅମିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ବାରମ୍ବାର ଦୁଷ୍କର୍ମ ସହ ନାବାଳିକାକୁ ବିକ୍ରି ଯୋଜନା କରିଥିଲେ ଦମ୍ପତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: