ବାହୁବଳୀ ରୋଲ୍, ଏକାକୀ ଖାଇବା ଅସମ୍ଭବ

ବାହୁବଳୀ ରୋଲ୍, ଏକାକୀ ଖାଇବା ଅସମ୍ଭବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପିଲାଠୁ ବୁଢ଼ା ସମସ୍ତଙ୍କ ପାଇଁ ପ୍ରିୟ ହୋଇଛି ଫାଷ୍ଟ ଫୁଡ୍। ଗାଁ ଠାରୁ ସହର ସବୁ ସ୍ଥାନରେ ଭେଜ ହେଉ କି ନନ୍ ଭେଜ ଚିକେନ୍ ଅଣ୍ଡା ରୋଲ୍ ହାତ ପାହନ୍ତାରେ ମିଳି ଯାଉଛି। ସହରମାନଙ୍କରେ ଅନଲାଇନରେ ବି ଏହି ଖାଦ୍ୟ ଘରେ ଘରେ ପହଞ୍ଚି ଯାଉଛି । ତେବେ ଆପଣ ଆଜି ପର୍ଯ୍ୟନ୍ତ ଖାଇଥିବା ଚିକେନ୍ ଅଣ୍ଡା ରୋଲଠୁ ଏକ ନିଆରା ରୋଲ୍ ବିଷୟରେ ଆମେ ଏଠାରେ କହିବୁ । ଯାହାକୁ ବାହୁବଳୀ ରୋଲ୍ ବୋଲି ମଧ୍ୟ କୁହାଯାଉଛି । ଏହା ସବୁଠୁ ବଡ଼ ଚିକେନ୍ ଅଣ୍ଡା ରୋଲ୍ ବୋଲି କୁହାଯାଉଛି । ତେବେ କୋଲକାତାରେ ମିଳୁଥିବା ଏହି ସବୁଠୁ ବଡ ଚିକେନ୍ ଅଣ୍ଡା ରୋଲର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି। ମଇଦା, ମାଂସ ଖଣ୍ଡ, ସସ୍, ପନିପରିବା, ଅଣ୍ଡା ମସଲା ଏବଂ ପିଆଜ ଦେଇ ତିଆରି କରାଯାଇଛି ଏହି ବାହୁବଳୀ ରୋଲ୍।
କୋଲକାତାର ଏକ ରେଷ୍ଟୁରାଣ୍ଟ ଦାବି କରୁଛି ଯେ, ସେମାନେ ବିଶ୍ୱର ସବୁଠୁ ବଡ଼ ଚିକେନ୍ ଅଣ୍ଡା ରୋଲ୍ ତିଆରି କରୁଛନ୍ତି । ‘ଇଣ୍ଡିଆ ଇଟ୍ ମାନିଆ’ ଇନଷ୍ଟାଗ୍ରାମରେ ଏହି ରୋଲର ଏକ ଭିଡିଓ ସେୟାର କରିଥିବା ବେଳେ ତାହା ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ସେଫ୍ ଆଲାଦ୍ଦିନ କୋଲକାତାର ଗରିଆରେ ଥିବା ତାଙ୍କ ରେଷ୍ଟୁରାଣ୍ଟରେ ଏହି ରୋଲ୍ ତିଆରି କରନ୍ତି, ଯାହାକୁ ସେ ‘ଦୁନିଆର ସବୁଠୁ ବଡ ଚିକେନ୍ ଅଣ୍ଡା ରୋଲ୍’ ବୋଲି କହିଛନ୍ତି!
ଏହି ରୋଲ୍ ତିଆରି କରିବା ପାଇଁ, ଆଲାଦ୍ଦିନ ୪ଟି ଲଛା ପରଟା ଏକା ସଙ୍ଗେ ମିଶାଇ ପ୍ରାୟ ୨୩-୨୬ ଇଞ୍ଚର ଏକ ବିରାଟ ରୋଲ୍ ତିଆରି କରନ୍ତି। ଏହା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ମଧ୍ୟ ସେତିକି ସୁଆଦିଆ। ତେବେ ଏହି ବିଶାଳକାୟ ରୋଲ୍ ଖାଇବା ଏବଂ ଦେଖିବା ପାଇଁ ବହୁ ଲୋକ ଗଦା ହୋଇଥାନ୍ତି। ତେବେ ଦୁନିଆର ସବୁଠୁ ବଡ ଚିକେନ୍ ଅଣ୍ଡା ରୋଲ୍ ଖାଇବାର ମଜା ନେବା ପାଇଁ ଲୋକଙ୍କୁ ୩୪୯ ଟଙ୍କା ଦେବାକୁ ପଡିଥାଏ। ତେବେ ଏହି ବଡ଼ ରୋଲ୍ ଖାଇବା ପାଇଁ ଅତି କମରେ ୪ ଜଣ ଲୋକଙ୍କ ଆବଶ୍ୟକ ପଡିଥାଏ। କିଛି ଦିନ ତଳେ ଦୁନିଆର ବାହୁବଳୀ ଦୋଶା, ସୁନାର ପାନ ଇଣ୍ଟରନେଟରେ ଭାଇରାଲ୍ ହୋଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: