ମେଁ ମରଜାଉଁ ତୋ ମେରି ଏକ୍ ଅଲଗ୍ ପହଚାନ୍ ଲିଖ୍ ଦେନା…

ମେଁ ମରଜାଉଁ ତୋ ମେରି ଏକ୍ ଅଲଗ୍ ପହଚାନ୍ ଲିଖ୍ ଦେନା…

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ:

କିସନେ ଦସ୍ତକ୍ ଦି ୟେ ଦିଲ୍ ପର୍
କୌନ୍ ହୈ
ଆପ୍ ତୋ ଅନ୍ଦର ହୈ ବାହର କୌନ୍ ହୈ

ସମକାଳୀନ ଉର୍ଦ୍ଦୁ ସାହିତ୍ୟକୁ ଉଚ୍ଚ ଶିଖରରେ ପହଞ୍ଚାଇଥିବା ଏବଂ ଲୋକଙ୍କ ଛାତି ତଳର ଦରଦକୁ କବିତା ମାଧ୍ୟମରେ ଉତ୍ତାରି ଦେବାରେ ରାହତ ଇନ୍ଦୋରୀଙ୍କ ବେଶ୍ ଭୂମିକା ଥିଲା। ଲୋକପ୍ରିୟ ଗଜଲ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଉର୍ଦ୍ଦୁ କବି ୧୪ରୁ ଅଧିକ ବଲିଉଡ୍ ଫିଲ୍ମ ପାଇଁ ଗୀତ ଲେଖିଛନ୍ତି। ଏହାସହ ସେ ୭ଟି ପୁସ୍ତକ ମଧ୍ୟ ଲେଖିଛନ୍ତି। ଗତକାଲି କୋରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ଇନ୍ଦୋର ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୫୦ ମସିହା ଜାନୁଆରୀ ୧ ତାରିଖରେ ଜନ୍ମ ନେଇଥିବା ସାହିତ୍ୟର ଏହି ଧ୍ରୁବତାରା ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: