ଅଣ୍ଡା ଦେଉଛନ୍ତି ବାଳକ, କାରଣ ଖୋଜି ପାଉନାହାନ୍ତି ଡାକ୍ତର

ଅଣ୍ଡା ଦେଉଛନ୍ତି ବାଳକ, କାରଣ ଖୋଜି ପାଉନାହାନ୍ତି ଡାକ୍ତର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଧିକାଂଶ ଲୋକଙ୍କୁ କୁକୁଡ଼ା ଅଣ୍ଡା ପସନ୍ଦ ହୋଇଥାଏ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମଣିଷ ଅଣ୍ଡା ଦେବା କଥା। ହୁଏତ ଆପଣଙ୍କ କାନ ଉଠିବା ଦିନୁ ଏପରି ଅଜବ କଥା କେବେ ଶୁଣି ନଥିବେ। ଏମିତି କେମିତି ହୋଇପାରିବ ବୋଲି ଭାବୁଥିବେ। କିନ୍ତୁ ଏହି ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଇଣ୍ଡୋନେସିଆରୁ ସମ୍ନାକୁ ଆସିଛି, ଏଠାରେ ଜଣେ ବାଳକ ଓ ତାର ପରିବାର ଲୋକେ ଦାବି କରିଛନ୍ତି ଯେ ସେ କୁକୁଡ଼ା ପରି ଅଣ୍ଡା ଦେଉଛନ୍ତି। ତାଙ୍କ ପରିବାର ସଦସ୍ୟ ଏହା ମଧ୍ୟ କହିଛନ୍ତି ଯେ ସେ ଗତ ୨ ବର୍ଷ ଭିତରେ ୨୦ ଟି ଅଣ୍ଡା ଦେଇଛନ୍ତି। ତେବେ ଘଟଣାଟି ପ୍ରକାଶ ପାଇବା ପରେ ଏହାକୁ ଶୁଣି ଲୋକ ଚକିତ ହେଉଛନ୍ତି।
ଜଣେ ମଣିଷ କିପରି ଅଣ୍ଡା ଦେଇପାରେ? ସମସ୍ତଙ୍କ ମୁଁହରେ ଏହି ଗୋଟିଏ ପ୍ରଶ୍ନ। କିନ୍ତୁ ଇଣ୍ଡୋନେସିଆର ୧୪ ବର୍ଷୀୟ ବାଳକ ଅକମଲ କୁକୁଡ଼ା ପରି ଅଣ୍ଡା ଦେଉଛନ୍ତି ବୋଲି ଦାବି କରିଛନ୍ତି। ତାଙ୍କ ଅବସ୍ଥା ପାଇଁ ତାଙ୍କୁ ଅନେକ ଥର ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ତେବେ ଅକମଲଙ୍କ ଅଣ୍ଡା ଦେବା କ୍ଷମତା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କାରଣ ସାଧାରଣତଃ ମାନବ ଶରୀର ଅଣ୍ଡା ଦେବା ପାଇଁ ଅନୁକୂଳ ନୁହେଁ। ସେ ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ମଧ୍ୟ ଅଣ୍ଡା ଦେଇଥିଲେ।ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସିର ରହୁଥିବା ଅକମଲ ତାଙ୍କ ସମସ୍ୟା ନେଇ ପିତାଙ୍କ ସହ ସାଇଚ ୟୁସୁଫ ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତରମାନେ ତାଙ୍କ ଅବସ୍ଥା ଉପରେ ଅନୁଧ୍ୟାନ କରୁଥିବା ବେଳେ ହସ୍ପିଟାଲରେ ଡାକ୍ତରଙ୍କ ସାମ୍ନାରେ ସେ ୨ ଟି ଅଣ୍ଡା ଦେଇଥିଲେ। ଯେତେବେଳେ ଡାକ୍ତରମାନେ ଏହି ଅଣ୍ଡା ପରୀକ୍ଷା କରିଥିଲେ, ସେତେବେଳେ ଜଣା ପଡ଼ିଥିଲା ଯେ ମାନବ ଶରୀରରୁ କୁକୁଡ଼ା ଅଣ୍ଡା ବାହାରିଥିଲା। ତେବେ ବାଳକ ଜଣକ କିପରି ପ୍ରାକୃତିକ ଭାବରେ ଅଣ୍ଡା ଦେବାରେ ସକ୍ଷମ ଅଟନ୍ତି ସେ ନେଇ ଡାକ୍ତରମାନଙ୍କୁ କୌଣସି ଉତ୍ତର ମିଳି ପାରି ନାହିଁ। ତେବେ ୨୦୧୬ ମସିହାରୁ ବାଳକ ଜଣଙ୍କ ଅଣ୍ଡା ଦେଇ ଆସୁଛନ୍ତି। ୨୦୧୮ ଫେବୃଆରୀ ୨୨ ରେ ଡାକ୍ତରଙ୍କ ସାମ୍ନାରେ ୨ ଟି ଅଣ୍ଡା ଦେଇ ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବାଳକଟି ଜାଣିଶୁଣି ଅଣ୍ଡା ଗିଳି ଦେଇଥାଇପାରେ ବୋଲି ଡାକ୍ତରମାନେ ସନ୍ଦେହ କରିଥିଲେ। ତେବେ ଅକମଲଙ୍କ ପିତା ସ୍ପଷ୍ଟ କରିଥିଲେ ଯେ ତାଙ୍କ ପୁଅ କେବେ ବି ଅଣ୍ଡା ଗିଳି ନଥିଲେ। ବାଳକର ସୋନୋଗ୍ରାଫି ରିପୋର୍ଟରେ ମଧ୍ୟ ସ୍ପଷ୍ଟ ଦର୍ଶାଯାଇଛି ଯେ ଅକମଲଙ୍କ ପେଟରେ ଅଣ୍ଡା ଥିଲା। ଯେତେବେଳେ ଅକମଲ ଦେଇଥିବା ଅଣ୍ଡାକୁ ସିଝା ଯାଇଥିଲା ସେଥିରୁ କୁକୁଡ଼ା ଅଣ୍ଡା ପରି, କିଛି ହଳଦିଆ ଏବଂ କିଛି ଧଳା ପଦାର୍ଥ ବାହାରିଥିଲା। ଡାକ୍ତରଙ୍କ ଅନୁଯାୟୀ, ବାଳକ ପେଟରୁ ବାହାରିଥିବା ଅଣ୍ଡାଟି କେବଳ କୁକୁଡ଼ା ଅଣ୍ଡା ଅଟେ। ଅକମଲଙ୍କ ପେଟରୁ ଏହା କେଉଁଠୁ ଆସିଲା, ଏହି ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: