ବିଶ୍ଵର ଏହି ଦେଶରେ ବର୍ଷକୁ ୪ ଥର ବସେ କନ୍ୟା ହାଟ, ବୋଲି ଲଗେଇ କିଣା ଯାଏ ପସନ୍ଦର ସ୍ତ୍ରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସେ ଯେକୌଣସି ଦେଶ ହେଉ ନା କାହିଁକି ବିବାହ ପାଇଁ ଝିଅମାନଙ୍କ କିଣାବିକା ସମାଜର ଏକ ଘୃଣ୍ୟ କାର୍ଯ୍ୟ ଭାବରେ ବିବେଚନା କରାଯାଏ, କିନ୍ତୁ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଝିଅମାନଙ୍କ ବିବାହ ବଜାରରେ ବିକ୍ରି ହେବା ପରେ ହୋଇଥାଏ। ଏଠି କନ୍ୟା କିଣିବା ପାଇଁ। ହାଟ ବସେ। ବୁଲଗେରିଆରେ ଏହିଭଳି ଅଜବ କନ୍ୟା ବଜାର ଦେଖିବାକୁ ମିଳେ। ଝିଅର ପିତାମାତା ସେମାନଙ୍କୁ ନିଜ ସାଙ୍ଗରେ ନେଇ କନ୍ୟା ବଜାରରେ ପହଞ୍ଚନ୍ତି। ଏହି ବଜାରରେ କନ୍ୟାର ଅନେକ କ୍ରେତା ରହିଥାନ୍ତି, ଯେଉଁମାନେ ତାଙ୍କ ପାଇଁ ବୋଲି ଲଗାନ୍ତି। ଏହାପରେ ଝିଅର ପିତାମାତାମାନେ ସର୍ବୋଚ୍ଚ ବୋଲି ଲଗାଇଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥିର କରନ୍ତି।
କନ୍ୟା ବଜାର ପ୍ରତିବର୍ଷ ଚାରିଥର ବୁଲଗେରିଆ ସ୍ତାରା ଜାଗୋର ନାମକ ଏକ ସ୍ଥାନରେ ବସିଥାଏ। ଏଠାକୁ ଆସୁଥିବା ବର ନିଜ ପସନ୍ଦର କନ୍ୟା କିଣି ତାଙ୍କୁ ନିଜ ପତ୍ନୀ କରି ପାରନ୍ତି। ଏହି ଅନନ୍ୟ ପରମ୍ପରା ବୁଲଗେରିଆର ରୋମା ସମ୍ପ୍ରଦାୟରେ ବର୍ଷ ବର୍ଷ ଧରି ଚାଲିଆସୁଛି | ଏଠାରେ ଝିଅମାନଙ୍କୁ ୧୪ ବର୍ଷ ପରେ ସ୍କୁଲରୁ ବାହାର କରି ନେଇଯାଆନ୍ତି। ସ୍କୁଲ ଶିକ୍ଷା ପରେ ଆଗକୁ ପଢ଼ିବାର ଅଧିକାର ସେମାନଙ୍କର ନାହିଁ। କାରଣ କନ୍ୟା ବଜାରରେ କେବଳ ଦୁଇଟି ଯୋଗ୍ୟତା ଆବଶ୍ୟକ – ଝିଅଟି ଘର କାମ ଜାଣିଥିବା ଦରକାର ଏବଂ ସେ କୁମାରୀ ହୋଇଥିବା ଦରକାର। ଏହି କାରଣରୁ କନ୍ୟା ବଜାରକୁ ଆସୁଥିବା ଅଧିକାଂଶ ଝିଅ ନାବାଳିକା ଅଟନ୍ତି।
ବୁଲଗେରିଆରେ ରୋମା ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ବହୁତ କମ୍, କିନ୍ତୁ ସେମାନଙ୍କର ଦାରିଦ୍ରତା ଏବଂ ରକ୍ଷଣଶିଳ ଚିନ୍ତାଧାରା ସେମାନଙ୍କୁ ଆଗକୁ ବଢ଼ିବାକୁ ଦିଏ ନାହିଁ। ଏହି ବଜାରରେ, ନାବାଳିକା ଝିଅମାନଙ୍କ ପାଇଁ ବୋଲି ୩୦୦ -୪୦୦ ଡଲାରରୁ ଆରମ୍ଭ ହୋଇଥାଏ। ବର ବଜାରରେ ପହଞ୍ଚିବା ପାଇଁ, ସେମାନେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରନ୍ତି ଏବଂ ସୁନ୍ଦର ଦେଖାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଠାରେ ଉପସ୍ଥିତ ପୁଅମାନେ ନିଜ ପସନ୍ଦ ଅନୁଯାୟୀ ଝିଅକୁ ବାଛନ୍ତି ଏବଂ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥାଏ।
ବଜାରରେ ଝିଅକୁ ପସନ୍ଦ କରିବା ପରେ ପୁଅ ତାଙ୍କୁ ନିଜ ପତ୍ନୀ ଭାବରେ ଗ୍ରହଣ କରେ ଏବଂ ପିତାମାତାଙ୍କୁ ଏହି ବିବାହରେ ରାଜି ହେବାକୁ ପଡିବ। ଝିଅ – ପୁଅ ମଧ୍ୟରେ ଘର ପରିବାର ଏବଂ ଆୟକୁ ନେଇ ଆଲୋଚନା ହେବା ପରେ ପରିବାର ବିବାହର ପରିମାଣ ସ୍ଥିର କରେ ଏବଂ ସମ୍ପର୍କ ଆଗକୁ ବଢେ।

Leave a Reply

Your email address will not be published. Required fields are marked *