କାଶୀ ବିଶ୍ୱନାଥ କରିଡର ଉଦଘାଟନ କଲେ ପ୍ରଧାମନ୍ତ୍ରୀ, ପୁରାଣ ହେଲା ସ୍ୱପ୍ନର ପ୍ରକଳ୍ପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ହଜାର ହଜାର ବର୍ଷର ପ୍ରତୀକ୍ଷାର ହେଲା ଅନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ଗସ୍ତ କରିବା ସହ କାଶୀ ବିଶ୍ୱନାଥ କରିଡର କଲେ ଉଦଘାଟନ । ଏହି ପ୍ରକଳ୍ପ ସହିତ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି ବୋଲି ସେ କରିଛନ୍ତି। ଏହାସହ ମୋଦି କହିଛନ୍ତି ଯେ, ମନ୍ଦିରରେ ଠାକୁର ଦର୍ଶନ ଏବେ ଜେଟି ଏବଂ ଏସ୍କାଲେଟର ମାଧ୍ୟମରେ ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ପାଇଁ ଉପଲବ୍ଧ ହେବ। ଏହାପୂର୍ବରୁ ସେ ଗଙ୍ଗା ନଦୀରେ ଏକ ପବିତ୍ର ବୁଡ଼ ପକାଇଥିଲେ। ୩୩୯ କୋଟି ଟଙ୍କା ବ୍ୟୟରେ ଏହି କରିଡର ନିର୍ମାଣ କରାଯାଇଛି । ଯେତେବେଳେ ୨୦୧୪ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ କାଶୀ ଆସିଥିଲେ, ସେତେବେଳେ ସେ କହିଥିଲେ ଯେ ମାତା ଗଙ୍ଗା ମୋତେ ଡାକିଛନ୍ତି । କାଶୀ ବିଶ୍ୱନାଥ କରିଡର ହେଉଛି ପିଏମ ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ । ଯାହାର ଶିଳାନ୍ୟାସ ମୋଦୀଙ୍କ ଦ୍ୱାରା ମାର୍ଚ୍ଚ ୮, ୨୦୧୯ ରେ ଶୁଭାରମ୍ଭ ହୋଇଥିଲା, କୋଭିଡ ମହାମାରୀ ସତ୍ତ୍ୱେ ଯୋଜନା ଅନୁଯାୟୀ ତିନି ବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ହୋଇଛି। ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ସହଜ ପଥ ସୃଷ୍ଟି କରିବା ପାଇଁ ଏହି କରିଡର ବେଶ ସହାୟକ ହେବ। ଗଙ୍ଗାରେ ବୁଡ଼ ପକାଇବା ଏବଂ ମନ୍ଦିରରେ ପବିତ୍ର ନଦୀର ଜଳ ଅର୍ପଣ କରିବା ପାଇଁ ଆସୁଥିଲେ ସେମାନଙ୍କୁ ଜନଗହଳିପୂର୍ଣ୍ଣ ରାସ୍ତାରେ ବୁଲି ଯିବାକୁ ପଡୁଥିଲା। ଏବେ ଏହି କରିଡ଼ର ଦ୍ଵାରା ଶୀଘ୍ର ପହଞ୍ଚି ପାରିବେ। ଆଜିର ଏହି ଉଦଘାଟନୀ ଉତ୍ସବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ମୋଦି ଉତ୍ତର ପ୍ରଦେଶରେ ଆହୁରି ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ବାରଣାସୀ ହେଉଛି ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ।

Leave a Reply

Your email address will not be published. Required fields are marked *