ଜାମ୍ମୁ-କାଶ୍ମୀରରେ ଏତେ ଆତଙ୍କବାଦୀ  ପ୍ରବେଶ କଲେ କେମିତି?

ଜାମ୍ମୁ-କାଶ୍ମୀରରେ ଏତେ ଆତଙ୍କବାଦୀ ପ୍ରବେଶ କଲେ କେମିତି?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅକ୍ଟୋବର ୧୧ ରୁ ଜାମ୍ମୁ କାଶ୍ମୀରର ସୀମାନ୍ତ ରଜୋର୍ ଏବଂ ପୁଞ୍ଚ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଲଗାତାର ଚାଲିଛି।
ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଜୁନିଅର କମିଶନରଙ୍କ ସମେତ ୯ ଜଣ ସୈନିକଙ୍କ ଜୀବନ ଯାଇଛି। ଏହି JCOଙ୍କ ମଧ୍ୟରୁ ଦୁଇ ଜଣ ଯବାନ ପଞ୍ଜାବର ବାସିନ୍ଦା ଥିଲେ। ଅନ୍ୟ ଜଣେ ଜେସିଓ ଏବଂ ତିନି ଜଣ ଯବାନ ଉତ୍ତରପ୍ରଦେଶର ଏବଂ ଦୁଇ ଜଣ ଯବାନ ଉତ୍ତରପ୍ରଦେଶ ଏବଂ କେରଳର ଥିଲେ। ଉଗ୍ରବାଦୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ସେନା ପାରା କମାଣ୍ଡୋଙ୍କ ସବୁଠାରୁ ଦକ୍ଷ ଯବାନଙ୍କ ଉପରେ ଦାୟିତ୍ଵ ଦିଆଯାଇଛି।
ଡ୍ରୋନ୍ ଟେକ୍ନୋଲୋଜି ବ୍ୟତୀତ ସେନା ଏହାର ଅଭିଯାନକୁ ସଫଳ କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି। ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, “ସେନା ମୁଖ୍ୟ ଜେନେରାଲ ଏମ.ଏମ ନରମାଣେ ପ୍ରମୁଖ ସେନା ଅଧିକାରୀଙ୍କ ସହ ପୁଞ୍ଚ ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ଘଟଣାସ୍ଥଳରେ ଚାଲିଥିବା ଅପରେସନର ସମୀକ୍ଷା କରିଥିଲେ। ସେନା ଅଧିକାରୀମାନେ ସେନା ମୁଖ୍ୟଙ୍କୁ ଏହି ଅପରେସନରେ ଜଡ଼ିତ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ଏବଂ ବର୍ତ୍ତମାନର ପରିସ୍ଥିତି ଏବଂ ଅନୁପ୍ରବେଶ ବିରୋଧୀ କାର୍ଯ୍ୟ ବିଷୟରେ ସାମରିକ କମାଣ୍ଡୋମାନେ ତାଙ୍କୁ ସୂଚନା ଦେଇଥିଲେ।

ଅପରେସନ୍ କେବେ ଆରମ୍ଭ ହୋଇଥିଲା:

୧୧ ଅକ୍ଟୋବରରୁ ପୁଞ୍ଚ ଜିଲ୍ଲାର ସୁରାନକୋଟ ତହସିଲର ଡେରା କି ଗଲି ଅଞ୍ଚଳରେ ଗୁପ୍ତଚରଙ୍କ ଆଧାରରେ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏଥିରେ ଆତଙ୍କବାଦୀମାନେ ଭାରତୀୟ ସେନା ବାହିନୀ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଜଣେ ଜୁନିଅର କମିଶନରଙ୍କ ସମେତ ୫ ଜଣ ସୈନିକ ସହିଦ ହୋଇଥିଲେ।
ଏହି ଘଟଣାର ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୪ ତାରିଖ ଗୁରୁବାର ଦିନ ସେନା ଏବଂ ଆତଙ୍କବାଦୀ ପୁଣି ଥରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଦୁଇ ପକ୍ଷ ଗୁଳିମାଡରେ ଭାରତୀୟ ସେନାର ଦୁଇ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।
ଏହି ଏନକାଉଣ୍ଟରରେ ଆହତ ହୋଇଥିବା ଆର୍ମି ଜେଶିଓ ଏବଂ ଅନ୍ୟ ଜଣେ ଯବାନଙ୍କ ମୃତଦେହ ଉକ୍ତ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଜାମ୍ମୁରେ ପ୍ରତିରକ୍ଷା ବିଭାଗର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦଙ୍କ କହିବାନୁସାରେ, ମେଘରଠାରୁ ଥାନାମଣ୍ଡି ପର୍ଯ୍ୟନ୍ତ ସମଗ୍ର ଜଙ୍ଗଲ ଅଞ୍ଚଳକୁ ବନ୍ଦ କରିଦିଆଯାଇଛି ଏବଂ ଆତଙ୍କବାଦୀମାନଙ୍କୁ ଖୋଜିବାକୁ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।
ସେ କହିଛନ୍ତି, “ଏହି ଅଞ୍ଚଳର ଭୌଗୋଳିକ ଅବସ୍ଥାନକୁ ଦୃଷ୍ଟିରେ ରଖି ଅଧିକ ସମୟ ଲାଗୁଛି, ଭୂମି ପାର୍ବତ୍ୟ ଏବଂ ଜଙ୍ଗଲ ଘଞ୍ଚ ହୋଇଥିବାରୁ ଏହି ଅଭିଯାନ କଷ୍ଟସାଧ୍ୟ ତଥା ବିପଜ୍ଜନକ ହୋଇଯାଇଛି।”

ଦୀର୍ଘତମ ଅପରେସନ:

ଗତ କିଛି ବର୍ଷ ମଧ୍ୟରେ ସେନା ଦ୍ୱାରା କରାଯାଇଥିବା ଅପରେସନ୍ ମଧ୍ୟରୁ ଏହା ଦୀର୍ଘତମ ବୋଲି ପ୍ରମାଣିତ ହେଉଛି। ଏହାପୂର୍ବରୁ, ୨୦୦୯ ଜାନୁଆରୀ ପ୍ରଥମ ସପ୍ତାହରେ, ପୁଞ୍ଚର ମେଣ୍ଢର ଭାଟିଦାର ଅଞ୍ଚଳରେ ନଅ ଦିନିଆ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଉକ୍ତ ଅଞ୍ଚଳର ଛାନଭିନ ପରେ ତାହାକୁ ବନ୍ଦ କରି ଦିଆଯାଇଥିଲା। ସେହି ଅପରେସନରେ ସେନା JCO ଙ୍କ ସମେତ ତିନିଜଣ ସୈନିକ ସହିଦ ହୋଇଥିଲେ ଏବଂ ଚାରିଜଣ ଆତଙ୍କବାଦୀ ନିହତ ହୋଇଥିଲେ। କିନ୍ତୁ ସେନା ଆତଙ୍କବାଦୀଙ୍କ ଗୋଟିଏ ବି ମୃତ ଶରୀର ପାଇ ନଥିଲା।

ପ୍ରତିରକ୍ଷା ବ୍ୟାପାର ବିଶେଷଜ୍ଞମାନେ କଣ କୁହନ୍ତି?

ପ୍ରତିରକ୍ଷା ବ୍ୟାପାରର ବିଶେଷଜ୍ଞ ଅବସରପ୍ରାପ୍ତ ବ୍ରିଗେଡିୟର୍ ଅନିଲ ଗୁପ୍ତା ବିବିସି ନ୍ୟୁଜକୁ କହିଛନ୍ତି ଯେ, ଜାରି ରହିଥିବା ଏନକାଉଣ୍ଟରରୁ ଜଣାପଡିଛି ଯେ ଆତଙ୍କବାଦୀମାନେ ଏହି ଅଞ୍ଚଳ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ରଖିଛନ୍ତି ଏବଂ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଉପସ୍ଥିତ ଥିଲେ।
ବ୍ରିଗେଡିୟର୍ ଗୁପ୍ତା ଜଙ୍ଗଲରେ ଉଗ୍ରବାଦୀମାନେ ବହୁ ସଂଖ୍ୟାରେ ଥିବାର ଆଶଙ୍କା କରିଛନ୍ତି ଏବଂ ସେମାନେ ସ୍ଵତନ୍ତ୍ର ତାଲିମ ପାଇବା ପରେ ଏହି ଅପରେସନରେ ଜଡିତ ଥାଇପାରନ୍ତି ବୋଲି କହିଛନ୍ତି। ଏହାସହ ଆତଙ୍କବାଦୀଙ୍କ ସହିତ ପାକିସ୍ତାନୀ ସେନା ଅଧିକାରୀ ଅପରେସନରେ ସାମିଲ ରହିଥିବା କଳ୍ପନାକୁ ମଧ୍ୟ ସେ ଗୁରୁତର ସହ ବିଚାର କରୁଛନ୍ତି। ସେ କହିଛନ୍ତି ଯେ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ କାରଣ ପାକ୍ ସେନାର ଅଧିକାରୀମାନେ ମଧ୍ୟ ଅତୀତରେ ଏଭଳି କାର୍ଯ୍ୟରେ ଭାଗ ନେଇଥିଲେ।
ବ୍ରିଗେଡିୟର୍ ଗୁପ୍ତା କୁହନ୍ତି, “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କିପରି ଏତେ ବଡ ଆତଙ୍କବାଦୀ ଦଳ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ଅଞ୍ଚଳକୁ ପ୍ରବେଶ କଲା କିପରି। ପୂର୍ବ ସେକ୍ଟରରେ ସେନାର ଫୋକସ୍ ବଦଳିବା କାରଣରୁ କାଉଣ୍ଟର-ଅନୁପ୍ରବେଶ ଗ୍ରୀଡ୍ ଦୁର୍ବଳ ପଡ଼ି ଯାଉଥିବାର ଆଶଙ୍କା କରାଯାଉଛି। “

ସମ୍ପୂର୍ଣ୍ଣ ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି:

ଅକ୍ଟୋବର ୧୧ ରୁ ଅପରେସନ୍ ଚାଲିଥିବା ସ୍ଥାନଠାରୁ ଗଣମାଧ୍ୟମକୁ ପ୍ରାୟ ୧୧ କିଲୋମିଟର ଦୂରରେ ରଖାଯାଇଛି । ମିଡିଆ ବ୍ୟକ୍ତିବିଶେଷଙ୍କୁ ଭିମ୍ବର୍ ଗଲି ନିକଟରେ ଥିବା ଚେକ୍ ପୋଷ୍ଟରୁ ଆଗକୁ ଯିବାକୁ ଅନୁମତି ନାହିଁ।ଭିମ୍ବର୍ ଗଲି ଏବଂ ସୁରନକୋଟ୍ ମଧ୍ୟରେ ଥିବା ରଜୋର୍-ପୁଞ୍ଚ ଜାତୀୟ ରାଜପଥକୁ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ଜାମ୍ମୁ କାଶ୍ମୀର ପୋଲିସର ଅଧିକାରୀମାନେ ସମୟ ସମୟରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଏହି ଅପରେସନ ବିଷୟରେ ସୂଚନା ଦେଉଛନ୍ତି।
ଏଥି ସହିତ ସେନା ଏପର୍ଯ୍ୟନ୍ତ ଘଟିଥିବା ଘଟଣା ବିଷୟରେ ଏକ ଲିଖିତ ବିବୃତ୍ତି ଜାରି କରି ଅପରେସନ୍ ବିଷୟରେ ସୂଚନା ଦେଇଛି। ଏପରି ପରିସ୍ଥିତିରେ, ଘଟଣା ସ୍ଥଳର ଏହି ଏନକାଉଣ୍ଟର ବିଷୟରେ ସଠିକ୍ ସୂଚନା ନିଶ୍ଚିତ କରିବା ସମ୍ଭବ ନୁହେଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: