ବିଶ୍ଵର ସବୁଠୁ ଲମ୍ବା ଚୁଟି ରଖିଥିବା ଯୁବତୀ କାଟିଲେ କେଶ

ବିଶ୍ଵର ସବୁଠୁ ଲମ୍ବା ଚୁଟି ରଖିଥିବା ଯୁବତୀ କାଟିଲେ କେଶ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଝିଅମାନଙ୍କୁ ସେମାନଙ୍କ ତ୍ୱଚ଼ା ଆଉ କେଶ ଅଧିକ ପ୍ରିୟ ହୋଇଥାଏ। ସେଥିରେ ଟିକିଏ ବ୍ୟତିକ୍ରମ ଦେଖାଦେଲେ କଣ କଣ ଉପଚାର କରି ପକାନ୍ତି ସେମାନେ ତାହା କହିବା ମୁସ୍କିଲ । ହେଲେ ଭାବିଲେ ସବୁଠୁ ଲମ୍ବା ଚୁଟି ପାଇଁ ପୁରସ୍କୃତ ହୋଇଥିବା ଝିଅକୁ ଚୁଟି କାଟିବା ବେଳେ କେତେ କଷ୍ଟ ହେବ? ତେବେ ନିଜ ଚୁଟି ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ କରିଥିବା ନିଲାଂଶୀ ପଟେଲ ପ୍ରାୟ ୧୨ ବର୍ଷ ପରେ ତାଙ୍କ ଲମ୍ବା ଚୁଟି କାଟିଛନ୍ତି। ଏବେ ସେ ନିଜ ଫେସବୁକ୍ ପେଜରେ ତାଙ୍କ ଲମ୍ବା ଚୁଟି କାଟିବାର ଭିଡିଓ ସେୟାର କରିଛନ୍ତି। ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ନିଲାଂଶୀ ୧୨ ବର୍ଷ ପରେ ତାଙ୍କର ଲମ୍ବା କେଶ କାଟୁଛନ୍ତି। ଲମ୍ବା କେଶ ପାଇଁ ସେ ବିଶ୍ୱ ରେକର୍ଡ କରିଥିଲେ। ତାଙ୍କ କେଶ ୬ ଫୁଟ ୬.୭ ଇଞ୍ଚ ଲମ୍ବା ଥିଲା।

ତେବେ ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, “ଶେଷରେ ଗିନିଜ ୱାର୍ଲ୍ଡ ରେକର୍ଡରେ ନାମିତ ହୋଇଥିବା ନିଲାଂଶୀ କେଶ କାଟିବାକୁ ଯାଉଛନ୍ତି, କି ପରିବର୍ତ୍ତନ! ସବୁଠୁ ଲମ୍ବା କେଶ ରଖିଥିବା ଝିଅ ନିଲାଂଶୀ ପଟେଲ କେଶ କାଟିବା ପରେ ଏକ ସୁନ୍ଦର ଲୁକରେ ନଜର ଆସିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ନିଲାଂଶୀ ପ୍ରଥମେ ନିଜର ଲମ୍ବା କେଶ ଭାଗ ଭାଗ କରି ବାନ୍ଧିଛନ୍ତି l ତା’ପରେ ସେଗୁଡ଼ିକୁ ଜଣେ ବ୍ୟକ୍ତି କାଟୁଛନ୍ତି। ତେବେ ଗତ ୧୪ ତାରିଖରେ ସେୟାର ହୋଇଥିବା ଏହି ଭିଡିଓରେ ୩୨,୦୦୦ରୁ ଅଧିକ ଲୋକ କମେଣ୍ଟ ଦେବା ସହ ଅନେକ ଲୋକ ନିଲାଂଶୀଙ୍କ କେଶ କାଟିବା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହିଭଳି କେଶ କାଟିବା ପରେ ତାଙ୍କ ଲୁକ୍ ଦେଖି ଅନେକ ଲୋକ ବେଶ ପ୍ରଶଂସା କରୁଛନ୍ତି। ତେବେ ଭିଡିଓରେ ଗିନିଜ ୱାର୍ଲ୍ଡ ରେକର୍ଡସ କମେଣ୍ଟ ଦେଇ ନିଲାଂଶୀଙ୍କ କେଶ କାଟିବା ନିଷ୍ପତ୍ତି ବିଷୟରେ ଅଧିକ ସୂଚନା ଦେଇଛି।
ଏହା ବ୍ୟତୀତ ଅନ୍ୟ ଜଣେ ଫେସବୁକ୍ ୟୁଜରସ୍ କହିଛନ୍ତି, “ଆପଣଙ୍କ ପରି ଲମ୍ବା କେଶ କାଟିବା ପାଇଁ ବହୁତ ସାହସ ଦରକାର। ତଥାପି ଆପଣ ଛୋଟ କେଶରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।” ତେବେ କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସର ରହୁଥିବା ନଖ ରଖି ରେକର୍ଡ କରିଥିବା ମହିଳା ୨୮ ବର୍ଷ ପରେ ନିଜ ନଖ କାଟି ଚର୍ଚ୍ଚାରେ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: