ଆସୁଛି ଶାଶ୍ୱତ ଯୋଶୀଙ୍କ ‘ନାଚବାଲି’

ଆସୁଛି ଶାଶ୍ୱତ ଯୋଶୀଙ୍କ ‘ନାଚବାଲି’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ଲୋକପ୍ରିୟ ‘ସଖୀନାଚ’କୁ ଆଧାର କରି ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଏସଜେ ପ୍ରଡକ୍ସନ ହାଉସ ଓ ଲାସ୍ୟକଳା ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ‘ନାଚବାଲି’ ଆସନ୍ତା ୨୯ରେ ରିଲିଜ ହେବ। ନୃତ୍ୟ ଦିବସ ଅବସରରେ ଏହା ରିଲିଜ କରାଯିବ। ସେହିପରି ଆସନ୍ତା ମେ’ ୧ ତାରିଖରେ ଏହି ଚଳଚ୍ଚିତ୍ରର ୱାର୍ଲଡ ପ୍ରିମିୟର କରାଯିବ। ଏକସଙ୍ଗେ ୨୦ଟି ଦେଶର ଦର୍ଶକ ଏହାକୁ ଦେଖିପାରିବେ ବୋଲି ଶାଶ୍ୱତ କହିଛନ୍ତି।

https://www.instagram.com/p/CNt2B_fF3Fn/

ତେବେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କିନ୍ନର ଆୟେଶା ବେହେରା, ବିଭୁଦତ୍ତ ଦାସ ଓ ସୁଧାଂଶୁ ଶେଖର ଶତପଥୀ ଅଭିନୟ କରିଛନ୍ତି। ସେହିପରି ଏହି ଚଳଚ୍ଚିତ୍ର ମାଧ୍ୟମରେ ଶାଶ୍ୱତ ଯୋଶୀ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି। ଏକ ବର୍ଷ ଧରି ‘ସଖୀନାଚ’ ଉପରେ ଗବେଷଣା କରିବା ପରେ ଏହି ଚଳଚ୍ଚିତ୍ର ନିର୍ମାଣ କଥା ଚିନ୍ତା କରିଥିବା ବିଶିଷ୍ଟ ନୃତ୍ୟଶିଳ୍ପୀ ଶାଶ୍ୱତ କହିଛନ୍ତି। ନିହାର ପ୍ରିୟାଶିଷ ଏହି ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିବା ବେଳେ ଓ ସୁମିତ ଦୀକ୍ଷିତ ଏହାର ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: