ଏବେ ବି କମୁନି ମୃତ୍ୟୁ ସଂଖ୍ଯା

ଏବେ ବି କମୁନି ମୃତ୍ୟୁ ସଂଖ୍ଯା

ପ୍ରିଜମ ନ୍ୟୁଜ ବ୍ୟୁରୋ – କରୋନା ସଂକ୍ରମିତଙ୍କ ମୃତ୍ୟୁରେ ବ୍ରେକ ଲାଗୁନି। ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲା ବେଳେ ମୃତ୍ଯୁ ସଂଖ୍ୟା ସ୍ଥିର ରହିଛି। ଦୈନିକ ୧୬ ରୁ ୨୦ଜଣ ଆକ୍ରାନ୍ତଙ୍କ ମୃତ୍ଯୁ ଘଟୁଛି। ଫଳରେ ଏବେ କରୋନା ଜନିତ ମୃତ୍ଯୁ ସଂଖ୍ୟା ୯ହଜାର ଟପିଯାଇଛି । ଗତ ୨୪ଘଣ୍ଟାରେ ଆଉ ୧୭ଜଣଙ୍କ ମୃତ୍ଯୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୭ଜଣ ଥିବା ବେଳେ ବାଲେଶ୍ୱରରୁ ୬ଜଣ ରହିଛନ୍ତି। ସେହିଭଳି ଗଞ୍ଜାମରୁ ୨ଜଣ, ପୁରୀ ଓ କଳାହାଣ୍ଡିରୁ ଜଣେ ଲେଖାଏ ଅାକ୍ରାନ୍ତଙ୍କ କରୋନାରେ ମୃତ୍ଯୁ ଘଟିଛି । ଏମାନଙ୍କୁ ମିଶାଇ ରଜ୍ୟରେ ମୋଟ କରୋନା ଜନିତ ମୃତ୍ଯୁ ସଂଖ୍ୟା ୯,୦୧୧କୁ ବୃଦ୍ଧି ପାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: