ବିଶ୍ୱରେ ବଢ଼ିଲା ଭାରତୀୟ ପାସପୋର୍ଟର ମାନ୍ୟତା

ବିଶ୍ୱରେ ବଢ଼ିଲା ଭାରତୀୟ ପାସପୋର୍ଟର ମାନ୍ୟତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଦେଶରେ ରହୁଥିବା ଓ ବିଦେଶ ଗ୍ରସ୍ତ କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଭାରତୀୟ ପାସପୋର୍ଟର ମାନ୍ୟତା ୨୦୨୧ ତୁଳନାରେ ବିଶ୍ଵସ୍ତରରେ ସାତଟି ସ୍ଥାନ ଉପରକୁ ଉଠିଛି । ସଦ୍ୟ ପ୍ରକାଶିତ ତାଲିକାରେ ଭାରତୀୟ ପାସପୋର୍ଟ ୮୩ତମ ସ୍ଥାନରେ ରହିଛି । ହେନଲି ପାସପୋର୍ଟ ସୂଚୀରେ ଭାରତୀୟ ପାସପୋର୍ଟ ଗତବର୍ଷ ୯୦ତମ ସ୍ଥାନରେ ରହିଥିଲା । ତାଲିକାର ଶୀର୍ଷରେ ଜାପାନ ଓ ସିଙ୍ଗାପୁର ପାସପୋର୍ଟ ରହିଛି । ଏହି ଦୁଇ ଏସୀୟ ରାଷ୍ଟ୍ରର ପାସପୋର୍ଟଧାରୀ ବ୍ୟକ୍ତି ସମଗ୍ର ବିଶ୍ୱରେ ବିନା ଭିସାରେ ୧୯୨ଟି ରାଷ୍ଟ୍ରକୁ ଯାଇପାରିବେ । ତାଲିକାର ସର୍ବନିମ୍ନ ସ୍ଥାନରେ ଆଫଗାନିସ୍ତାନ ରହିଛି । ସୂଚନାଯୋଗ୍ୟ ଯେ ୨୦୨୦ରେ ଭାରତୀୟ ପାସପୋର୍ଟ ୮୪ତମ ସ୍ଥାନରେ ଥିବାବେଳେ ୨୦୧୬ରେ ଏହା ମାଲି ଓ ଉଜବେକିସ୍ତାନ ସହିତ ମିଳିତ ଭାବରେ ୮୫ତମ ସ୍ଥାନରେ ରହିଥିଲା । ଏହି ତାଲିକାରେ ଜର୍ମାନୀ ଓ ଦକ୍ଷିଣ କୋରିଆ ପାସପୋର୍ଟ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଏହାର ପାସପୋର୍ଟଧାରୀ ଭିସାମୁକ୍ତ ଭାବରେ ୧୯୦ଟି ରାଷ୍ଟ୍ରକୁ ଗସ୍ତ କରିପାରିବେ । ସେହିଭଳି ଫିନଲାଣ୍ଡ, ଇଟାଲି, ଲକ୍ସେମ୍ବର୍ଗ ଏବଂ ସ୍ପେନ ମିଳିତ ଭାବରେ ୩ୟ ସ୍ଥାନରେ ରହିଛନ୍ତି ଏବଂ ଏହାର ପାସପୋର୍ଟ ଧାରକମାନେ ୧୮୯ ରାଷ୍ଟ୍ର ବିନା ଭିସାରେ ଗସ୍ତ କରିପାରିବେ । ଆମେରିକା ଓ ବ୍ରିଟେନ ୬ଷ୍ଠ ସ୍ଥାନରେ ରହିବା ସହିତ ଏହାର ପାସପୋର୍ଟଧାରୀ ୧୮୬ ରାଷ୍ଟ୍ରକୁ ଭିସାମୁକ୍ତ ଗସ୍ତ ସୁବିଧା ପାଇବେ । ସଦ୍ୟ ପ୍ରକାଶିତ ତାଲିକାରେ ଭାରତ ସହିତ ସାଓ ଟୋମେ ଏବଂ କେନ୍ଦ୍ର ଆଫ୍ରିକାର ପ୍ରିନ୍ସପି ରହିଛନ୍ତି । ଭାରତୀୟ ପାସପୋର୍ଟଧାରୀ ସଂପ୍ରତି ବିଶ୍ୱରେ ୬୦ଟି ରାଷ୍ଟ୍ରକୁ ବିନା ଭିସାରେ ଗସ୍ତ କରିପାରିବେ ଏବଂ ଏହି ରାଷ୍ଟ୍ର ତାଲିକାରେ ଓମାନ ଓ ଆର୍ମେନିଆ ସ୍ଥାନ ପାଇଛି । ୨୦୦୬ ତୁଳନାରେ ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ ଅଧିକ ୩୫ଟି ରାଷ୍ଟ୍ରକୁ ଭିସାମୁକ୍ତ ଗସ୍ତ କରିବା ସୁଯୋଗ ସୃଷ୍ଟି ହୋଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: