ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ଫସିବା ଘଟଣା, ତଦନ୍ତ କରିବ ସୁପ୍ରିମକୋର୍ଟଙ୍କ ୫ ଜଣିଆ କମିଟି

ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ଫସିବା ଘଟଣା, ତଦନ୍ତ କରିବ ସୁପ୍ରିମକୋର୍ଟଙ୍କ ୫ ଜଣିଆ କମିଟି

ପ୍ରିଜମ ନ୍ୟୁଜ ବ୍ୟୁରୋ:ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍‌କେଡ ଫସିବା ମାମଲାରେ ସଠିକ୍‌ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି । ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।ମାମଲାର ଶୁଣାଣି ଚାଲିଥିବା ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଥିଲେ ଯେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ମାମଲାର ସଠିକ୍‌ ତଦନ୍ତ ହେବା ଜରୁରୀ । କେଉଁଠି ଭୁଲ୍‌ ରହିଗଲା । ସେନେଇ ତଦନ୍ତ କମିଟି କରିବ ଯାଞ୍ଚ । ଏକତରଫା ଭାବେ ମାମଲାର ଯାଞ୍ଚ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଉଭୟ ପକ୍ଷରୁ ଦଲିଲକୁ ଅନୁଧ୍ୟାନ କରିବ ଟିମ୍‌ ।ସେହିପରି ଏହି କମିଟିରେ ହାଇକୋର୍ଟ ରେଜିଷ୍ଟ୍ରାର, ଏନ୍‌ଆଇଏ ଡିଜି ଓ ପଞ୍ଜାବ ପୋଲିସର ଅତିରିକ୍ତ ଡିଜି ରହିବେ । ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା ଏହାର ଅଧ୍ୟକ୍ଷତା କରିବେ । ତେବେ ଖାସ୍‌ କରି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ୍‌ ଏହି କମିଟି କେତେଟୋ ଟିମ୍‌ର ତର୍ଜମା କରିବ । ଯେପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କିପରି ତ୍ରୁଟି ହେଲା, ଏଥିପାଇଁ ଦାୟୀ କିଏ ? ଭବିଷ୍ୟତରେ ଏହାର ସମାଧାନ କଣ ? । ଘଟଣାର ତଦନ୍ତ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗ୍ରସ୍ତ ସମୟରେ ତାଙ୍କ କାର୍‌କେଡ ଫସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରାୟ ୧୫ ମିନିଟ୍‌ ଧରି ରାସ୍ତାରେ ଅଟକ ରଖିଥିଲେ ଚାଷୀ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ଦୃଷ୍ଟି​‌ରେ ରଖି ଫିରୋଜପୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିକୁ ରଦ୍ଦ କରାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: