ଗରିବଙ୍କୁ ବସ୍ତ୍ର ଯୋଗାଉଛି ‘ପୋଷାକ’

ଗରିବଙ୍କୁ ବସ୍ତ୍ର ଯୋଗାଉଛି ‘ପୋଷାକ’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖାଦ୍ୟ, ବସ୍ତ୍ର, ବାସଗୃହ । ଏହା ହେଉଛି ଲୋକଙ୍କ ମୌଳିକ ଆବଶ୍ୟକତା । ଆମ ସମାଜରେ ଅନେକ ଲୋକଙ୍କ ଅଛନ୍ତି ଯେଉଁମାନଙ୍କୁ ଦିନକୁ ଦୁଇ ମୁଠା ଖାଇବାକୁ ମିଳୁନି କି ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର । ବସ୍ତ୍ର ବି ତାଙ୍କ ପାଇଁ କିଣିବା ବଡ଼ କଷ୍ଟକର । ଏପରି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଗରିବଗୁରୁବାଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଆରମ୍ଭ ହୋଇଛି ନିଆରା ପଦକ୍ଷେପ “ପୋଷାକ” ।


ଗର୍ବର ସହ ଦିଅନ୍ତୁ ଅବା ଗର୍ବର ସହ ନିଅନ୍ତୁ । ଏହି ସ୍ଲୋଗାନ୍ ନେଇ
ଗଞ୍ଜାମ ହିଞ୍ଜିଳିକାଟୁ ପୌରସଂସ୍ଥା ଦ୍ଵାରା ଏଇ ନିଆରା ପଦକ୍ଷେପ “ପୋଷାକ”ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ପୌରସଂସ୍ଥା ତରଫରୁ ପୋଷାକ ସଂଗ୍ରହ କରାଯାଇ ସେ ସବୁକୁ ସଫା କରାଯାଇଥାଏ । ଏବଂ ତାହାକୁ ଭଲ ଭାବରେ ସିଲେଇ କରିବା ସହ ଆଇରନ୍ କରି ସଠିକ୍ ଭାବରେ ପ୍ୟାକିଂ କରିଯାଇଛି । ଏହି ସମସ୍ତ ପୋଷାକୁ ଆବଶ୍ୟକ କରୁଥିବା ଲୋକମାନଙ୍କୁ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ WSHG ଦ୍ୱାରା ପରିଚାଳିତ। ବାସ୍ତବରେ ଏପରି ଅଭିନବ ପ୍ରୟାସ ଗରିବଙ୍କ ମୁହଁରେ ହସ ଫୁଟେଇ ପାରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: