ଭାରତକୁ ଝଟକା: ହରାଇଲା ବିଶ୍ୱର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା

ଭାରତକୁ ଝଟକା: ହରାଇଲା ବିଶ୍ୱର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଶ୍ୱର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ହରାଇଛି ଭାରତ । ନିକଟରେ ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତକୁ ପଛରେ ପକାଇ ବ୍ରିଟେନ ବିଶ୍ୱର ପଞ୍ଚମ ସର୍ବ ବୃହତ ଅର୍ଥନୀତି ହୋଇଥିବା ବେଳେ ଭାରତ ଗୋଟେ ପଦ ପଛକୁ ଯାଇଛି ।ରିପୋର୍ଟ ଅନୁସାରେ, ବ୍ରିଟେନଠୁ ଭାରତ କେବଳ ୧୩ ବିଲିୟନ ଡଲାର ପଛରେ ରହିଛି । ତେବେ ବିଶେଷଜ୍ଞଙ୍କ କହିବା କଥା ଏହା କେବଳ ଗୋଟିଏ ବର୍ଷର କଥା ଏବଂ ଭାରତର ସ୍ଥିତି ଦେଖି ଅନୁମାନ କରି ହେଉଛି ଯେ, ଖୁବଶୀଘ୍ର ପୁଣି ଥରେ ବ୍ରିଟେନକୁ ପଛରେ ପକାଇବ ନିଜର ପୂର୍ବସ୍ଥାନକୁ ଫେରିବ ।କିନ୍ତୁ ଦୁଇ ଦେଶରେ ଜିଡିପିର ଅଗ୍ରଗତିରେ କୌଣସି ବ୍ୟବଧାନ ନାହିଁ।

ଏହି ରିପୋର୍ଟ ୨୦୨୧ ଉପରେ ଆଧାରିତ ଅଟେ । ତେବେ ଭାରତୀୟ ଅର୍ଥବ୍ୟବସ୍ଥା ଆର୍ଥିକ ବର୍ଷ ୨୦୨୧-୨୨ରେ ସନ୍ତୁଳିତ ସ୍ଥିତିରେ ଚାଲିଛି। ବର୍ତ୍ତମାନ ସମୟରେ ଦୁଇ ଦଶର ଅର୍ଥବ୍ୟବସ୍ଥାର ଆକାର ପ୍ରାୟ ୩୨ ଟ୍ରିଲିୟନ ଡାଲର, କିନ୍ତୁ ୨୦୨୧ ଶେଷ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୩୧.୭ ଟ୍ରିଲିୟନ ଡଲାର ଥିବା ବେଳେ ବ୍ରିଟେନର ଅର୍ଥବ୍ୟବସ୍ଥାର ଆକାର ୩୧.୯ ଟ୍ରିଲିୟନ ଡଲାର ଥିଲା । ୨୦୨୧ରେ ଭାରତର ଜିଡିପି ମାତ୍ର ୧୩ ବିଲିୟନ ଡଲାର ପଛରେ ରହିଥିଲା। ତେବେ ଏହି ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବ ବୃହତ ଅର୍ଥନୀତି ସହ ଆଗରେ ଅଛି ଆମେରିକା। ଦ୍ୱିତୀୟ ସ୍ଥାନରେ ଚୀନ, ତୃତୀୟ ସ୍ଥାନରେ ଜାପାନ ରହିଛି। ସେହିପରି ଜର୍ମାନୀ ବିଶ୍ୱର ଚତୁର୍ଥ ସ୍ଥାନରେ ଏବଂ ବ୍ରେଟନ ପଞ୍ଚମ ସ୍ଥାନରେ ରହିଛି। ଭାରତ ଷଷ୍ଠ ସ୍ଥାନରେ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: