ବିକ୍ରାନ୍ତ ଓ ଶ୍ୱେତାଙ୍କ ‘କାରଗୋ’ ତାରିଖ ଘୋଷଣା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଭିନେତା ବିକ୍ରାନ୍ତ ମାସେ ଓ ଅଭିନେତ୍ରୀ ଶ୍ୱେତା ତ୍ରିପାଠୀଙ୍କ ଅଭିନୀତ ସ୍କାଇ-ଫାଇ ଫିଲ୍ମ ‘କାରଗୋ’ ରିଲିଜ ତାରିଖ ଘୋଷଣା ହୋଇଛି। ଆସନ୍ତା ୯ ତାରିଖରେ ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମ ରିଲିଜ ହେବ। ତାରିଖ ଘୋଷଣା ନେଇ ଉଭୟ କଳାକାର ସୋସିଆଲ ମିଡିଆରେ କନଫର୍ମ କରିଛନ୍ତି। ନେଟଫ୍ଲିକ୍ସରେ ଏହି ଫିଲ୍ମ ରିଲିଜ ହେବ। ଆରତୀ କାଦଭଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ଭିନ୍ନ ସ୍ୱାଦର ସିନେମା।

ଏହି ସିନେମା ବିଷୟରେ ନିର୍ଦ୍ଦେଶିକା ଆରତୀ କାଦଭ ୨୦୧୭ରୁ ଚିନ୍ତା କରିଥିଲେ। ଏହାପରେ ଅନ୍ୟ ୨-୩ଟି ସ୍କ୍ରିପ୍ଟରେ କାମ କରିବା ପରେ ‘କାରଗୋ’ ଫିଲ୍ମ ବିଷୟରେ ପୁଣି ଥରେ କାମ କରିବା ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ ‘ଟାଇମ୍ ମେସିନ୍’ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ରଚନା କରିଥିଲେ। ବିଜ୍ଞାନ ସହିତ ଜୀବନ ଓ ମୃତ୍ୟୁର ଚିରନ୍ତନ ସତ୍ୟକୁ କାଦଭ ‘କାରଗୋ’ରେ ପ୍ରତିଫଳିତ କରିଛନ୍ତି। ତେବେ ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସିବ, ତାହା ରିଲିଜ ହେଲାପରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *