ଉନ୍ନତ ଭବିଷ୍ୟତ ପାଇଁ ଭାରତ ଓ ୟୁରୋପୀୟ ସଂଘର ଭାଗିଦାରୀ ଖୁବ୍ ଜରୁରୀ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଭାରତ ଏବଂ ୟୁରୋପୀୟ ସଂଘର ପଞ୍ଚଦଶ ଶିଖର ସମ୍ମିଳନୀରେ ପିଏମ୍ ନରେନ୍ଦ୍ର ମୋଦି ବିଶ୍ୱ ଶାନ୍ତି ପାଇଁ ମିଳିମିଶି କାମକରିବାକୁ ଅପିଲ କରିଛନ୍ତି। ମୋଦି କହିଛନ୍ତି, ଉନ୍ନତ ଭବିଷ୍ୟତ ପାଇଁ ଭାରତ ଏବଂ ୟୁରୋପୀୟ ସଂଘର ଭାଗିଦାରୀ ଖୁବ୍ ଜରୁରୀ। ଭିଡିଓ କନଫରେନ୍ସିଂ ସାହାଯ୍ୟରେ ଏହି ସମ୍ମିଳନୀରେ ଯୋଗ ଦେଇ ପିଏମ୍ ମୋଦି କହିଲେ, କୋରୋନା ପାଇଁ ଆମକୁ ଏହି ସମ୍ମିଳନୀକୁ ମାର୍ଚ୍ଚ ମାସରେ ରଦ୍ଦ କରିବାକୁ ପଡ଼ିଥିଲା। ତେବେ ବର୍ତ୍ତମାନ ଏହା ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେଉଛି। ଭାରତରେ ପୁନର୍ବ୍ୟବହାର ଯୋଗ୍ୟ ସମ୍ବଳର ବ୍ୟବହାର ବଢ଼ାଇବାକୁ ଉଦ୍ୟମ କରାଯିବା ଆବଶ୍ୟକ। ଏହି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ୟୁରୋପୀୟ କମ୍ପାନୀଗୁଡ଼ିକୁ ମୋଦି ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *