ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସାର ଶୁଭାରମ୍ଭ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି ଚିକିତ୍ସା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି। ଭୁବନେଶ୍ୱରର ସମ୍, କିମ୍ସ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଏହି ଚିକିତ୍ସା ଉପଲବ୍ଧ ଅଛି। ସେହିପରି ନୋଡାଲ ସେଣ୍ଟର ଭାବେ କଟକ ଏସସିବି ମେଡିକାଲ କଲେଜକୁ ଚୟନ କରାଯାଇଛି। ତେବେ ପ୍ରାଥମିକ ଅବସ୍ଥାରେ ପ୍ଲାଜମା ଥେରାପି କେବଳ ଏସ୍‌ସିବିରେ ଉପଲବ୍ଧ ଅଛି। ପରେ ଅନ୍ୟ ୩ଟି କୋଭିଡ୍ ହସ୍ପିଟାଲରେ ଏହା ଉପଲବ୍ଧ ହେବ। ପ୍ଲାଜମା ଥେରାପି ବର୍ତ୍ତମାନ କୋଭିଡ୍ ମୁକାବିଲାରେ ବଡ଼ ଭୂମିକା ନିଭାଇଛି। ଏହି ଥେରାପି ପୂର୍ବରୁ ମଧ୍ୟ ଅନ୍ୟ ସଂକ୍ରାମକ ରୋଗ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏଥିରେ ନିର୍ଦ୍ଦିଷ୍ଟ ସଂକ୍ରାମକ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରକ୍ତରେ ସେହି ରୋଗର ମୁକାବିଲା ପାଇଁ ପ୍ରତିରୋଧକ ଶକ୍ତି ଆଣ୍ଟିବଡି ତିଆରି ହୋଇଥାଏ। ଏହି ଆଣ୍ଟିବଡିକୁ ଗୁରୁତର ଭାବେ ଅନ୍ୟ ରୋଗୀଙ୍କୁ ଦିଆଗଲେ, ତାହା ରୋଗ ବିରୋଧରେ ଲଢ଼ିବାକୁ ସହାୟକ ହୁଏ। ତେଣୁ କୋରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ପ୍ଲାଜମା ଦେବାକୁ ନିଜଆଡ଼ୁ ଆଗେଇ ଆସିବାକୁ ସରକାର ଆହ୍ୱାନ କରୁଛନ୍ତି।

Leave a Reply

Your email address will not be published. Required fields are marked *