ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ତଦନ୍ତ କରିବ ସିବିଆଇ !

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ତଦନ୍ତ କରିବ ସିବିଆଇ !

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ସିନେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆସିଛି ଏକ ନୂଆ ମୋଡ଼। ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ ସବୁ ମହଲରୁ ତୀବ୍ର ଦାବି ହୋଇ ଆସୁଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏଥିରେ ମୁଣ୍ଡ ଖେଳାଇଛନ୍ତି। ଏବେ ଏହି ମାମଲାର ସିବିଆଇ ତଦନ୍ତକୁ ସବୁଜ ସଙ୍କେତ ମିଳିବାକୁ ଯାଉଛି। ମାମଲାର ସିବିଆଇ ତଦନ୍ତ ପାଇଁ ବିହାରର ପୂର୍ବତନ ସାଂସଦ ପପୁ ଯାଦବ ଦାବି କରିଥିଲେ। ଏହାର ଜବାବରେ ଅମିତ ଶାହ କହଛନ୍ତି, ମାମଲାଟି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସହ ସମ୍ବନ୍ଧିତ। ତେଣୁ ସିବିଆଇ ତଦନ୍ତ ଦାବି ସମ୍ପର୍କିତ ପତ୍ରକୁ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଛି।

ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ମୁମ୍ବାଇ ପୋଲିସ ହାତରେ ନ୍ୟସ୍ତ ଅଛି। ଜୁଲାଇ ୧୪ରେ ତାଙ୍କ ମୃତ୍ୟୁକୁ ଏକମାସ ପୂରିଛି ଏବଂ ଏହାକୁ ନେଇ ପୂର୍ବତନ ସାଂସଦ ପପୁ ଯାଦବ ଏକ ଟ୍ୱିଟ୍ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସୁଶାନ୍ତଙ୍କ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଏକ ପତ୍ର ଲେଖିଥିଲେ। ଅମିତ ଶାହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: