ଟିକାକରଣରେ ଭାରତର ଶତକ,WHO ଦେଲା ଶୁଭେଚ୍ଛା

ଟିକାକରଣରେ ଭାରତର ଶତକ,WHO ଦେଲା ଶୁଭେଚ୍ଛା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ଦିଆଯାଇଥିବା କୋଭିଡ -19 ଟିକା ଡୋଜ ସଂଖ୍ୟା ୧୦୦ କୋଟି ଅତିକ୍ରମ କରି ଇତିହାସ ସୃଷ୍ଟି କରିଛି। ଟୀକାକରଣର ଏହି ସଫଳତାକୁ ଭାରତୀୟ ବିଜ୍ଞାନ, ଉଦ୍ୟୋଗ ଏବଂ ୧୩୦ କୋଟି ଭାରତୀୟଙ୍କ ସାମୂହିକ ଭାବନାର ବିଜୟ ​​ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ‘ଭାରତ ଇତିହାସ ସୃଷ୍ଟି କରିଛି। ଏହା ଭାରତୀୟ ବିଜ୍ଞାନ, ଉଦ୍ୟୋଗ ଏବଂ ୧୩୦ କୋଟି ଭାରତୀୟଙ୍କ ସାମୂହିକ ଭାବନାର ବିଜୟ। ଭାରତରେ ୧୦୦ କୋଟି ଟିକା ଦେଇଥିବାରୁ ଅଭିନନ୍ଦନ, ଆମର ଡାକ୍ତର, ନର୍ସ ଏବଂ ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଏହି ସଫଳତା ହାସଲ କରିବାରେ ସହଯୋଗ କରିଥିଲେ।

ଦେଶର ଏହି ସଫଳତା ହାସଲ ଅବସରରେ ମୋଦି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପହଞ୍ଚିଥିଲେ। ଏବଂ ସେ ସେଠାରେ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଟୀକାକରଣ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିରନ୍ତର ପ୍ରଶଂସା କରି ଆସୁଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସ ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଵୈଜ୍ଞାନିକ, ସ୍ୱାସ୍ଥ୍ୟ କର୍ମୀ ତଥା ଭାରତର ନାଗରିକମାନଙ୍କୁ ଏଥି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ୧୦୦ କୋଟି ଟିକା ଅତିକ୍ରମ କରିଥିବାରୁ ସେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ୧୦୦ କୋଟି ଡୋଜର ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ଭାରତକୁ ୨୭୯ ଦିନ ଲାଗିଥିଲା।


ସରକାରୀ ସୂତ୍ର ଅନୁଯାୟୀ, ଭାରତର ୭୫% ରୁ ଅଧିକ ବୟସ୍କ ଲୋକ ଅତିକମରେ ଗୋଟିଏ ଟିକା ଗ୍ରହଣ କରିଛନ୍ତି ଏବଂ ପ୍ରାୟ ୩୧% ଲୋକ ଉଭୟ ଡୋଜ ନେଇଛନ୍ତି।
WHO ର ମହାନିର୍ଦ୍ଦେଶକ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଵୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀ ଏବଂ ଭାରତର ଲୋକଙ୍କୁ କୋଭିଡ -19 ରୁ ଅସୁରକ୍ଷିତ ଜନଜାତିଙ୍କୁ ସୁରକ୍ଷା ଦେବା ତଥା ଟିକା ବଣ୍ଟନ କରିବାର ଲକ୍ଷ୍ୟ ହାସଲ ପାଇଁ ଅଭିନନ୍ଦନ। ତେବେ ଏବେ ସୁଦ୍ଧା ଭାରତରେ ୪୦ କୋଟି ଲୋକ କୌଣସି ଡୋଜ ଟିକା ନେଇ ନାହାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: