ପୁଅକୁ ଜେଲରୁ ଦେଖି ଫେରିବା ପରେ କିଙ୍ଗ ଖାନଙ୍କ ମନ୍ନତ ଗଲା NCB, ଆର୍ୟନଙ୍କ ରୁମ୍ ଭିତରୁ କ’ଣ ନେଇ ଫେରିଲା…

ପୁଅକୁ ଜେଲରୁ ଦେଖି ଫେରିବା ପରେ କିଙ୍ଗ ଖାନଙ୍କ ମନ୍ନତ ଗଲା NCB, ଆର୍ୟନଙ୍କ ରୁମ୍ ଭିତରୁ କ’ଣ ନେଇ ଫେରିଲା…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗୁରୁବାର ଅପରାହ୍ନରେ ଆର୍ୟନ ଖାନଙ୍କ ମାମଲାର ଅଧିକ ତଦନ୍ତ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ଅଧିକାରୀମାନେ ଶାହରୁଖ ଖାନଙ୍କ ଘର ମନ୍ନତା ବାହାରେ ଦେଖାଯାଇଥିଲେ। ଆଜି ମୁମ୍ବାଇର ଆର୍ଥର ରୋଡ ଜେଲରେ ଶାହାରୁଖ ତାଙ୍କ ପୁଅ ଆର୍ୟନଙ୍କୁ ଭେଟି ଫେରିବା ପରେ NCB ଅଧିକାରୀମାନେ ତାଙ୍କ ଘରେ ପହଞ୍ଚିଥିଲେ ବୋଲି ଜଣାପଡିଛି। ଅକ୍ଟୋବର ୨ ତାରିଖରେ ଏକ କ୍ରୁଜ୍ ଜାହାଜରେ ଚାଲିଥିବା ଡ୍ରଗ୍ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ଆର୍ୟନ, ତାଙ୍କର ଜାମିନ ଆବେଦନ ଖାରଜ ହେବାରୁ ବର୍ତ୍ତମାନ ସେ ଏବେ ଜେଲରେ ଅଛନ୍ତି। ସୂଚନା ଥାଉ କି, ବୁଧବାର ମୁମ୍ବାଇ ସେସନ୍ସ କୋର୍ଟ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଆଜି ଅଧିକାରୀମାନେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଶାହାରୁଖଙ୍କ ଘରେ ପହଞ୍ଚିଥିଲେ। ଆର୍ୟନଙ୍କ ରୁମ ତଲାସି ନିଆଯିବା ସହ ସେଠୁ କିଛି ସୁରାକ ମିଳି ପାରିବ ବୋଲି କୁହାଯାଉଥଲା।


ତେବେ ଆଜି NCB ଟିମ୍ ଆର୍ୟନ ଖାନଙ୍କ ଘରକୁ ଯିବା ବ୍ୟତୀତ ଅଭିନେତା ଚଙ୍କି ପାଣ୍ଡେ ଅର୍ଥାତ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢ଼ାଉ କରିବାକୁ ପହଞ୍ଚିଥିଲେ ଏନସିବି ଅଧିକାରୀ। ଅନନ୍ୟା ପାଣ୍ଡେ NCB ସ୍କାନରରେ ଆସିଥିବାର ଖବର ମିଳିଛି। ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ଅଧିକାରୀ ଅପରାହ୍ନରେ ଚଢଉ ବେଳର କେତେକ ଫଟୋ ମଧ୍ୟ ନଜରକୁ ଆସିଛି। ହ୍ୱାଟସାଆପ୍ ଚାଟ୍ ଆଧାରରେ ଡ୍ରଗ୍ସ ବଷ୍ଟ ମାମଲାରେ ଆର୍ୟନଙ୍କ ଜାମିନ ଖାରଜ ହେବାର ଦିନକ ପରେ ଅର୍ଥାତ୍ ଆଜି ଅନନ୍ୟାଙ୍କ ଘରେ ଏନସିବି ଚଢାଉ କରିଛି। ଏହି ମାମଲାରେ ଆର୍ୟନଙ୍କ ସମେତ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟ ମଧ୍ୟ ଆର୍ଥର ରୋଡ ଜେଲରେ ଅଛନ୍ତି।
ତେବେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ସ୍ପଷ୍ଟ କରିଛନ୍ତି ଯେ ଏନସିବି ଅଧିକାରୀମାନେ କିଛି ଦଲିଲ ସଂଗ୍ରହ କରିବାକୁ ମନ୍ନତା ଯାଇଥିଲେ। ANI ଅନୁଯାୟୀ, “ମୁମ୍ବାଇ ଏନସିବି ଦଳ ଆର୍ୟନ ଖାନଙ୍କ ସହ ଜଡିତ କିଛି ଡକ୍ୟୁମେଣ୍ଟ ସଂଗ୍ରହ କରିବାକୁ ଶାହାରୁଖ ଖାନଙ୍କ ବାସଭବନ ମନ୍ନତା ଯାଇଥିଲେ। ଏହା କୌଣସି ଚଢ଼ାଉ ନଥିଲା ବୋଲି ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ କହିଛନ୍ତି।
ଏହି ମାମଲାରେ ଜାମିନ ଖାରଜ ହେବା ପରେ ଆର୍ୟନ ଏବଂ ଅରବାଜ୍ ମର୍ଚାଣ୍ଟଙ୍କ ବ୍ୟତୀତ ମୁନମୁନ୍ ଧାମଚା ମଧ୍ୟ ନ୍ୟାୟିକ ହେପାଜତରେ ଅଛନ୍ତି। ଖବର ଅନୁଯାୟୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢ଼ାଉ ପରେ ଏନସିବି ତାଙ୍କୁ ପଚରାଉଚରା ପାଇଁ ଡାକିଛି।
ଏହାସହ ଆର୍ୟନଙ୍କ ଲିଗାଲ ଟିମ୍ ଆଜି ସକାଳେ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ଏବଂ ୨୬ ତାରିଖରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ମଙ୍ଗଳବାର ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଶୁଣାଣି ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: