ଏମିତି ମାସ୍କ, ନିଜେ କରୁଛି ଭୂତାଣୁ ସଫା

ଏମିତି ମାସ୍କ, ନିଜେ କରୁଛି ଭୂତାଣୁ ସଫା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଇଆଇଟି ମଣ୍ଡିର ଗବେଷକମାନେ ଏକ ନୂଆ ଧରଣର ଫେସ୍ ମାସ୍କ ଓ ପିପିଇ ଉପକରଣ ତିଆରି କରିଛନ୍ତି। ଏଥିରେ ସେମାନେ ଏଭଳି ଫେବ୍ରିକ୍ ବ୍ୟବହାର କରିଛନ୍ତି, ଯିଏ ଭୂତାଣୁକୁ ଫିଲ୍ଟର କରିବା ସହ ନିଜେ ସଫା କରୁଛି। ଏହାସହ ଏହା ସମ୍ପୂର୍ଣ୍ଣ ଭାବେ ଭାଇରାସ୍ ନିରୋଧ। ଖରାରେ ରଖିଦେଲେ ଏହାର ସବୁ ଭୂତାଣୁ ମରି ଯାଉଛନ୍ତି। ତେବେ ଏହି ‘ଫେବ୍ରିକ୍’କୁ ଡା. ଅମିତ ଜୈସୱାଲ, ସହ ପ୍ରଫେସର, ଗବେଷକ ପ୍ରବୀଣ କୁମାର, ଶୌନକ ରାୟ ଏବଂ ଅଙ୍କିତା ସକରକର ଏହାକୁ ତିଆରି କରିଛନ୍ତି।

ଡାକ୍ତର ଜୈସୱାଲଙ୍କ କହିବାନୁସାରେ, ପିପିଇ ଉପକରଣ ଫିଙ୍ଗିବା ଫଳରେ ପୁଣି ସଂକ୍ରମଣ ହେବାର ଆଶଙ୍କା ରହିଥାଏ। କିନ୍ତୁ, ଆଣ୍ଟି ବ୍ୟାକ୍ଟେରିଆଲ ମାସ୍କ ଓ ପିପିଇ ଉପକରଣ ଦ୍ୱାରା ସଂକ୍ରମଣ ହେବା ଆଶଙ୍କା କମ୍ ରହିବ ଏବଂ ଏହା ଫଳପ୍ରଦ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: