ଇଫକୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ

ଇଫକୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ୍ (ଇଫକୋ) ପକ୍ଷରୁ ବିଶ୍ୱବ୍ୟାପୀ କୃଷକଙ୍କ ପାଇଁ ବିଶ୍ୱର ପ୍ରଥମ ନାନୋ ୟୁରିଆ ତରଳ ପ୍ରଚଳନ କରାଯାଇଛି। ଭାରତରେ ଇଫକୋର ଅନଲାଇନ୍ ଏବଂ ଅଫଲାଇନ୍ ପଦ୍ଧତିରେ ଅନୁଷ୍ଠିତ ୫୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆରଜିବି ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନାନୋ ୟୁରିଆ ତରଳ ପ୍ରଚଳନର ଶୁଭାରମ୍ଭ କରାଯାଇଛି। ମୃତ୍ତିକାରେ ୟୁରିଆ ବ୍ୟବହାର ପରିମାଣ ହ୍ରାସ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନରୁ ପ୍ରେରଣା ଲାଭ କରି ଏହି ଉତ୍ପାଦ ବିକଶିତ କରାଯାଇଛି। ‘ଆତ୍ମନିର୍ଭର ଭାରତ’ ଏବଂ ‘ଆତ୍ମନିର୍ଭର କୃଷି’ ଅଭିଯାନ ଆଧାରରେ ଇଫକୋର ଗୁଜରାଟର କାଲୋଲଠାରେ ଥିବା ନାନୋ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରଠାରେ ଏହାର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ଦ୍ୱାରା ବହୁବର୍ଷର ଉତ୍ସର୍ଗୀକୃତ ଏବଂ ଏକନିଷ୍ଠ ଗବେଷଣା ପରେ ସଂପୂର୍ଣ୍ଣ ଅଧିକାର ଥିବା ପ୍ରଯୁକ୍ତି ଜରିଆରେ ଏହି ନାନୋ ୟୁରିଆ ତରଳର ବିକାଶ କରାଯାଇଛି। ଇଫକୋ ନାନୋ ୟୁରିଆ ତରଳ ଉଦ୍ଭିଦର ପୁଷ୍ଟିସାଧନ ପାଇଁ ପ୍ରଭାବୀ ଓ ଫଳପ୍ରଦ ପରିଲକ୍ଷିତ ହୋଇଛି। ଏହା ପୁ୍ଷ୍ଟିଗତ ମାନରେ ଉନ୍ନତି ସାଧନ ସହିତ ଉତ୍ପାଦନ ପରିମାଣରେ ବୃଦ୍ଧି ଘଟାଇଛି। ଏହାମଧ୍ୟ ଭୂତଳ ଜଳ ମାନ ଉପରେ ବିପୁଳ ସକରାତ୍ମକ ପ୍ରଭାବ ପକାଇବ ଏବଂ ଏହାସହିତ ବିଶ୍ୱ ତାପାୟନରେ ଉଲ୍ଲେଖନୀୟ ହ୍ରାସ ସହିତ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀ ବିକାଶ ଉପରେ ସକରାତ୍ମକ ପ୍ରଭାବ ପକାଇବ।


ଇଫକୋ ନାନା ୟୁରିଆ ତରଳ ଉତ୍ପାଦନ ୨୦୨୧ ଜୁନ୍ ମାସରେ ଆରମ୍ଭ ହେବ। ତା’ପରେ ଏହାର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରାଯିବ। ଇଫକୋ ପକ୍ଷରୁ ୫ଶହ ମିଲିଲିଟର ବୋତଲ ପିଛା ନାନୋ ୟୁରିଆ ତରଳ ମୂଲ୍ୟ ୨୪୦ ଟଙ୍କା ରଖାଯାଇଛି, ଯାହା ଏକବସ୍ତା ପାରମ୍ପରିକ ୟୁରିଆ ମୂଲ୍ୟ ତୁଳନାରେ ୧୦% ଶସ୍ତା। ଏହାର ପ୍ରଦର୍ଶନ ସହିତ ଏହାର ବ୍ୟବହାର ଏବଂ ପ୍ରୟୋଗ ସମ୍ପର୍କରେ କୃଷକମାନଙ୍କୁ ତାଲିମ ପ୍ରଦାନ କରିବାକୁ ଏହି ସମବାୟ ସଂସ୍ଥା ଦେଶବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମରେ ଯୋଜନା ପ୍ରସ୍ତୁତ କରିଛି। ଏହା ମୂଳତଃ କୃଷକମାନଙ୍କ ପାଇଁ ଏହାର ସମବାୟଭିତ୍ତିକ ବିକ୍ରି ଏବଂ ବିପଣନ ମାଧ୍ୟମ ସମେତ ଇଫକୋର ଇ-କମର୍ସ ପ୍ଲାଟଫର୍ମ www.iffcobazar.in ଜରିଆରେ ଉପଲବ୍ଧ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: