କୋରୋନା ସମୟରେ ବାହା ହେଉଛନ୍ତି କି ? ମେକଅପ୍ ହେବା ବେଳେ ଏସବୁ ଦିଗକୁ ନିଶ୍ଚିତ ଧ୍ୟାନ ଦିଅନ୍ତୁ

କୋରୋନା ସମୟରେ ବାହା ହେଉଛନ୍ତି କି ? ମେକଅପ୍ ହେବା ବେଳେ ଏସବୁ ଦିଗକୁ ନିଶ୍ଚିତ ଧ୍ୟାନ ଦିଅନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୀମିତ ଅତିଥିମାନଙ୍କ ଉପସ୍ଥିତିରେ କରୋନା ମହାମାରୀରେ ବିବାହ ଜାରି ରହିଛି । କନ୍ୟାମାନେ ବିଭିନ୍ନ ସୁନ୍ଦର ପୋଷାକ ଏବଂ ମେକଅପ୍ ନେଇ ସେମାନଙ୍କର ଫଟୋ ପୋଷ୍ଟ କରୁଛନ୍ତି। ତେବେ ଯଦି ଆପଣଙ୍କ ବିବାହ ଏହି କରୋନା ସମୟରେ ହେବାର ଅଛି ଏବଂ ଆପଣ ପାର୍ଲର ମେକଅପ୍ ବୁକ୍ କରିଛନ୍ତି । ତେବେ ଏହାକୁ ବାତିଲ କରିବାର କୌଣସି ଆବଶ୍ୟକତା ନାହିଁ । କେବଳ କିଛି ଜିନିଷର ଯତ୍ନ ନେବାକୁ ପଡିବ, ଯାହା ଦ୍ଵାରା ଆପଣ ଏହି ବିପଜ୍ଜନକ ସଂକ୍ରମଣରୁ ଦୂରରେ ରହିପାରିବେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ …

ମେକଅପ୍ ସ୍ପଞ୍ଜରୁ ଦୂରେଇ ରୁହନ୍ତୁ:-

କେବଳ କରୋନା ସମୟରେ ନୁହେଁ, ଅନ୍ୟର ମେକଅପ୍ ସ୍ପଞ୍ଜରେ ମେକଅପ୍ କରିବାରୁ ଦୂରେଇ ରୁହନ୍ତୁ, ଏହାଦ୍ବାରା ଚର୍ମ ସଂକ୍ରମଣ ହେବାର ଆଶଙ୍କା ବଢ଼ିଥାଏ । ତେଣୁ ଏହାର ବିଶେଷ ଯତ୍ନ ନିଅନ୍ତୁ। ସ୍ପଞ୍ଜରେ ଛୋଟ ଛିଦ୍ର ରହିଥାଏ, ଯାହା ଦ୍ଵାରା ଭାଇରସ୍ ଅତି ସହଜରେ ଜମା ହୋଇ ଶରୀରକୁ ଯାଆନ୍ତି । ଯେଉଁଥିପାଇଁ ବ୍ରଣ ଏବଂ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ହେବାର ଆଶଙ୍କା ଥାଏ | 

ପାର୍ଲର ମେକ୍ଅପ୍ ବ୍ରସ୍ ଠାରୁ ଦୂରେଇ ରୁହନ୍ତୁ:-

ସ୍ପଞ୍ଜ ପରି ଅନ୍ୟମାନଙ୍କ ଉପରେ ବ୍ୟବହୃତ ବ୍ରସ୍କୁ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣଙ୍କୁ ନୂଆ ବ୍ରସ୍ ଏବଂ ସ୍ପଞ୍ଜ ପାଇଁ ପୃଥକ ଭାବରେ ଦେୟ ଦେବାକୁ ପଡ଼ିପାରେ, କିନ୍ତୁ ଅନ୍ତତଃ ପକ୍ଷେ ସଂକ୍ରମଣର ଆଶଙ୍କା କମ୍ ରହିବ।

କାଜଲ ଏବଂ ମସ୍କରା:-

ଯଦି ଆପଣଙ୍କ ପାଖେ ମେକଅପ୍ କିଟ୍ ଅଛି, ସେଥିରୁ ଭଲ ଗୁଣବତ୍ତା ମସ୍କରା ଏବଂ କାଜଲ ପାର୍ଲର ଯିବାବେଳେ ବା ମେକ୍ଅପ କରିବା ବେଳେ ବ୍ୟବହାର କରନ୍ତୁ । କାରଣ ଆଖିରେ ଥିବା ଜୀବାଣୁ ମସ୍କରା ବ୍ରସ୍ କିମ୍ବା କାଜଲରେ ଲାଗି ଯାଆନ୍ତି। ଏହା ଆଖି ସମସ୍ୟା ସୃଷ୍ଟି କରିପାରେ । ଯେପରି ଆଖି ଲାଲ ହେବା, ଆଖିରେ ଯନ୍ତ୍ରଣା ଏବଂ ସିଜନ୍, ଫୁଲା ଇତ୍ୟାଦି ସୃଷ୍ଟି କରିଥାଏ।

ହେୟାର ବ୍ରସ୍:-

ପିଲା ଦିନରୁ କୁହାଯାଏ ଯେ, ଅନ୍ୟମାନଙ୍କର କେଶ ବ୍ରସ୍ କେବେ ବି ବ୍ୟବହାର କରିବା ଉଚିତ୍ ନୁହେଁ | ଏହାଦ୍ବାରା ଚର୍ମ ସଂକ୍ରମଣର ଆଶଙ୍କା ରହିଥାଏ । ତେଣୁ କରୋନା ଅବଧିରେ ଏହି ଜିନିଷର ଯତ୍ନ ନେବା ଆବଶ୍ୟକ ।

ଲିପଷ୍ଟିକ୍:-

ପାର୍ଲରରେ ବ୍ୟକ୍ତିଗତ କଲେକ୍ସନ ଅପେକ୍ଷା ଲିପଷ୍ଟିକ୍ ର ଅଧିକ ସଂଗ୍ରହ ରହିଥାଏ, କିନ୍ତୁ ନିଜେ ଲେହେଙ୍ଗା ବା ଶାଢ଼ୀ ସହ ମ୍ୟାଚ୍ କରୁଥିବା ଉପଯୁକ୍ତ ସେଡ୍ କିଣିବା ଭଲ । ଯାହାଦ୍ୱାରା ଆପଣ ସଂକ୍ରମଣରୁ ରକ୍ଷା ପାଇପାରିବେ। କାରଣ ସମାନ ଲିପଷ୍ଟିକ୍ ମେକଅପ୍ ରେ ଅନେକ କନ୍ୟାମାନଙ୍କ ପାଇଁ ବ୍ୟବହୃତ ହୋଇଥାଏ, ଯାହା ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ଏଥିରେ ସଂକ୍ରମଣ ବଢିବାର ଆଶଙ୍କା ରହିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: