ଭାଇଜାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଘରେ ବସି ଦେଖିପାରିବେ ‘ରାଧେ’ ର ଫାଷ୍ଟ ସୋ’

ଭାଇଜାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଘରେ ବସି ଦେଖିପାରିବେ ‘ରାଧେ’ ର ଫାଷ୍ଟ ସୋ’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାଇଜାନ୍ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ରାଧେ’କୁ ନେଇ ଏକ୍ସସାଇଡେଟ୍ ଦର୍ଶକ । ଆଉ ମାତ୍ର କିଛି ଦିନ ପରେ ଅର୍ଥାତ୍ ଇଦ୍ ରେ ରିଲିଜ୍ ହେବ ତାଙ୍କ ସିନେମା । ଯାହାକୁ ଦେଖିବାକୁ ଦର୍ଶକମାନେ ବହୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ତେବେ କରୋନାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଏଥର ଭାଇଜାନଙ୍କ ଫିଲ୍ମ OTT ପ୍ଲାଟଫର୍ମରେ ସମ୍ମାନ ସମୟରେ ମୁକ୍ତିଲାଭ କରାଯିବ। ତେବେ ଦର୍ଶକଙ୍କ ପାଇଁ ସବୁ ଠାରୁ ଖୁସିର କଥା ହେଉଛି ଫିଲ୍ମକୁ ସିନେମା ହଲ୍ ସହିତ ସେମାନେ ଚାହିଁଲେ ଘରେ ବସି ଦେଖିପାରିବେ। ଅର୍ଥାତ୍ ଘରେ ବସି ‘ପେ-ପର-ଭ୍ୟୁ’ ଫର୍ମାଟରେ ୨୪୯ ଟଙ୍କା ଦେଇ ପୂରା ଫିଲ୍ମ ଦେଖିବାର ମଜା ନେଇପାରିବେ ଆପଣ।
ତେବେ ଏହି ଚଳଚ୍ଚିତ୍ରଟି ‘ପେ-ପର-ଭ୍ୟୁ’ ଆଧାରରେ OTT ରେ ମୁକ୍ତିଲାଭ କରୁଛି। ଅର୍ଥାତ୍ ଏହି ଚଳଚ୍ଚିତ୍ରଟି OTTରେ ଟଙ୍କା ଦେଇ ଦେଖି ହେବ। ମଲ୍ଟି ଫର୍ମାଟରେ ରିଲିଜ୍ ହେବାକୁ ଥିବା ‘ରାଧେ’ ଭାରତର ପ୍ରଥମ ବଡ଼ ସ୍କେଲ୍ ଫିଲ୍ମ ହେବ। ଏହି ଚଳଚ୍ଚିତ୍ର ୪୦ରୁ ଅଧିକ ଦେଶର ସିନେମା ହଲରେ ମୁକ୍ତିଲାଭ କରିବ । ଏଥିସହ G5ରେ ‘ପେ-ପର-ଭ୍ୟୁ’ ସେବା ସହିତ ଦର୍ଶକମାନେ ସମସ୍ତ ପ୍ରମୁଖ DTH ଅପରେଟର ଅର୍ଥାତ୍ ଡିସ୍, D2H, ଟାଟା ସ୍କାଏ ଏବଂ ଏୟାରଟେଲ୍ ଡିଜିଟାଲରେ ମଧ୍ୟ ଫିଲ୍ମ ଦେଖି ପାରିବେ। ଅର୍ଥାତ୍ ସଲମାନ ଖାନଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରକୁ ମାତ୍ର ୨୪୯ ଟଙ୍କା ଦେଇ ଆପଣ ଘରେ ବସି ଦେଖି ପାରିବେ ।
ଫିଲ୍ମରେ ସଲମାନ ଖାନଙ୍କ ସହ ଦିଶା ପାଟାନୀ, ରଣଦୀପ ହୁଡ୍ଡା ଏବଂ ଜ୍ୟାକି ଶ୍ରଫ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସଲମାନ ଖାନ, ସୋହେଲ ଖାନ ଏବଂ ରିଲ୍ ଲାଇଫ୍ ପ୍ରଡକ୍ସନ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଏହି ଚଳଚ୍ଚିତ୍ର ନିର୍ମତ ହୋଇଥିବା ବେଳେ ଚଳିତ ବର୍ଷ ଇଦ୍ ଅବସରରେ ଅର୍ଥାତ୍ ମେ ୧୩ ତାରିଖରେ ରିଲିଜ୍ ହେବ ।
ଏପ୍ରିଲ୍ ୨୨ରେ ଫିଲ୍ମର ଟ୍ରେଲର ଲଞ୍ଚ ହୋଇଥିଲା । ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଟ୍ରେଲରର ଝଲକ ପାଇବା ପର ଠାରୁ ସଲମାନଙ୍କ ପ୍ରଶଂସକମାନେ ପୂରା ଫିଲ୍ମରେ ଭାଇଜାନଙ୍କର ନିଆରା ଅନ୍ଦାଜ ଦେଖିବାକୁ ବହୁତ ଉତ୍ସାହିତ ଅଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: