ବିନା ସୈନିକରେ ବି ଏହି ଦେଶ ଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ, କେବେ ପଶନ୍ତି ନାହିଁ ଶତ୍ରୁ


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯେତେବେଳେ କୌଣସି ଦେଶର ସୁରକ୍ଷା କଥା ଆସେ, ସେତେବେଳେ ଆମ ମନରେ ଦୁଇଟି ଚିତ୍ର ଆସେ , ଗୋଟିଏ ହେଉଛି ସେନା ଓ ଅନ୍ୟଟି ପୋଲିସ । ପ୍ରତ୍ୟେକ ଦେଶରେ ପୋଲିସ ଏବଂ ସୈନ୍ୟ ସୁରକ୍ଷା ପାଇଁ ଅଳ୍ପ ବହୁତ ରହିଥାନ୍ତି। ପୋଲିସ ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷା ଦେଉଥିବା ବେଳେ ସେନା ଦେଶକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ନିଜର କୌଣସି ସୈନ୍ୟ ବଳ ନାହିଁ । ତଥାପି ସେମାନେ ସୁରକ୍ଷିତ। ଏହି ଦେଶଗୁଡିକ ମଧ୍ୟରୁ ଅନେକଙ୍କ ସୁରକ୍ଷା ଦାୟିତ୍ଵ ଅନ୍ୟ ଦେଶ ଉପରେ ନ୍ୟସ୍ତ ରହିଛି।


ବୈଟିକନ୍ ସହର
ବୈଟିକନ୍ ସହର ଦୁନିଆର ସବୁଠାରୁ ଛୋଟ ଦେଶ, ଏହାର ନିଜସ୍ଵ କୌଣସି ସୈନ୍ୟ ବଳ ନାହିଁ । ଯଦିଓ ଏଠାରେ କିଛି ବର୍ଷ ପୂର୍ବେ ନୋବେଲ ଗାର୍ଡ ଥିଲେ, କିନ୍ତୁ ୧୯୭୦ ମସିହାରେ ଏହି ଅନୁଷ୍ଠାନକୁ ଭାଙ୍ଗି ଦିଆଯାଇଥିଲା। ଏବେ ସେଠାକାର ସୁରକ୍ଷା ଦାୟିତ୍ଵ ଇଟାଲୀ ଉପରେ ରହିଛି।
ମୋନୈକୋ
ସେହିଭଳି ଆଉ ଗୋଟିଏ ଦେଶ ହେଉଛି ମୋନୈକୋ । ଏହା ଏକ ଛୋଟ ଦେଶ । ଯେଉଁଠାରେ ସପ୍ତଦଶ ଶତାବ୍ଦୀରୁ କୌଣସି ସେନା ନଥିଲେ । ହେଲେ ଏବେ ସେଠାରେ ଦୁଇଟି ଛୋଟ ସୈନ୍ୟ ଦଳ ଅଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏ ସେଠାକାର ରାଜକୁମାର ଏବଂ ଅନ୍ୟଟି ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେଇଥାଏ । ଫ୍ରାନ୍ସ ସେନା ସେହି ଦେଶକୁ ସୁରକ୍ଷା ଦେଇଥାଏ।
ମାଁରିସସ୍
ତୃତୀୟ ଦେଶ ହେଉଛି ମାଁରିସସ୍ । ଏହା ଏକ ସଂସ୍କୃତି ସମ୍ପର୍ଣ୍ଣ ଦେଶ ଭାବେ ଜଣାଶୁଣା । ୧୯୬୮ ପରଠାରୁ ଏଠାରେ କୌଣସି ପ୍ରକାରର ସେନା ନାହିଁ । ହେଲେ ଏଠାରେ ଏବେ ୧୦,୦୦୦ ପୋଲିସ କର୍ମଚାରୀ ଅଛନ୍ତି, ଯେଉଁମାନେ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ପରିଚାଳନା କରନ୍ତି |
ଆଇସଲ୍ୟାଣ୍ଡ
ଆଇସଲ୍ୟାଣ୍ଡରୁ ୟୁରୋପର ଦ୍ୱିତୀୟ ବୃହତ୍ତମ ଦ୍ୱୀପ । ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଆଇସଲ୍ୟାଣ୍ଡ ଏକ ବହୁତ ଭଲ ଦେଶ। ଏଠାକୁ ପ୍ରତବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଛୁଟି କାଟିବାକୁ ଆସିଥାନ୍ତି। ଏତେ ଜନଗହଳିପୁର୍ଣ୍ଣ ସ୍ଥାନ ହୋଇଥିଲେ ମଧ୍ୟ ୧୮୬୯ ପରଠାରୁ ଏଠାରେ କୌଣସି ସୈନ୍ୟ ନାହିଁ । ଏହି ଦେଶ ନାଟୋର ସଦସ୍ୟ ହୋଇଥିବା ବେଳେ ଏହାର ସୁରକ୍ଷା ଦାୟିତ୍ଵ ଆମେରିକା ଉପରେ ରହିଛି।
କୋଷ୍ଟାରିକା
କେନ୍ଦ୍ରୀୟ ଆମେରିକାର କାରିବିଆନ୍ ଅଞ୍ଚଳର ରହିଛି ଏହି ଦେଶ। ୧୯୪୮ ପରଠାରୁ ଏଠାରେ କୌଣସି ସୈନ୍ୟ ବଳ ନାହିଁ । ୧୯୪୮ ମସିହାରେ ଏଠାରେ ଏକ ଭୟଙ୍କର ଗୃହଯୁଦ୍ଧ ଆରମ୍ଭ ହୋଇଥିଲା, ଯାହା ପରେ ଏହି ଦେଶ ନିଜର ସୈନ୍ୟ ବାହିନୀକୁ ସମାପ୍ତ କରିଥିଲା। ସାମରିକ ଅପରେସନ ବିନା ଏହି ଦେଶ ହେଉଛି ବୃହତ୍ତମ ଦେଶ । ତେବେ ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ପାଇଁ ପୋଲିସ ଏଠାରେ ନିଯୁକ୍ତ ଅଛନ୍ତି ।

Leave a Reply

Your email address will not be published. Required fields are marked *