ଶ୍ୱାସଜନିତ ସମସ୍ୟାରୁ ମୁକ୍ତି ପାଇଁ ଘରେ ଏମିତି କରନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଶ୍ୱାସକ୍ରିୟା ସମସ୍ୟା କେବଳ ସେହି ଲୋକଙ୍କୁ ଜଣା, ଯେଉଁମାନେ ଏହି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତେବେ କୋରୋନା କାଳରେ ଶ୍ୱାସକ୍ରିୟା ସମସ୍ୟା ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖା ଯାଉଛି। ଶ୍ୱାସକ୍ରିୟା ସମସ୍ୟା ଅତ୍ୟନ୍ତ ଅସହଜ ଅନୁଭୂତି ହୋଇଥାଏ। ପାହାଚ ଚଢିବା, ଥଣ୍ଡା ପାଗ, ଅନ୍ତର୍ନିହିତ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଅଧିକ ଓଜନ ଆଦି କାରଣରୁ ଏହି ସମସ୍ୟା ଦେଖା ଯାଇଥାଏ। ଏହା ଏକ ଅସ୍ଥାୟୀ କିମ୍ବା ଗମ୍ଭୀର ଅବସ୍ଥା ମଧ୍ୟ ହୋଇପାରେ। ଯଦି ଆପଣ ଏହି ସମସ୍ୟା ସହ ସଙ୍ଘର୍ଷ କରୁଛନ୍ତି ଏବଂ ବହୁ ଔଷଧ ବ୍ୟବହାର ପରେବି କୌଣସି ଫଳ ମିଳୁନି ତେବେ ଏଠାରେ ଆମେ କିଛି ଘରୋଇ ଉପଚାର ବିଷୟରେ କହୁଛୁ ଯାହାକୁ ଆପଣ ଅନୁସରଣ କରି ନିରୋଗୀ ରହି ପାରିବେ ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। କିନ୍ତୁ ଯଦି ଏହା ଆପଣଙ୍କ ସହିତ ବାରମ୍ବାର ଘଟୁଛି, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଏହି କିଛିଟା ଘରୋଇ ଉପଚାର…
ଅଦା ଚା– ଅଦା ଚା ଆପଣଙ୍କୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ଏହା ଶ୍ୱାସକ୍ରିୟା ସଂକ୍ରମଣକୁ ସ୍ଥିର କରିବାରେ ସାହାଯ୍ୟ କରେ। ଏହା ସହିତ ଫୁସଫୁସର ପ୍ରଦାହ କମାଇବା ପାଇଁ ଅଦା ବହୁତ ଲାଭ ଦାୟକ ହୋଇଥାଏ। ଆହୁରି ମଧ୍ୟ, ଯଦି ଆପଣ ଚାପରେ ଥାଆନ୍ତି, ତେବେ ଆପଣ ଅଦା ଚା’ ପିଅନ୍ତୁ ଲାଭ ମିଳିବ।
ବ୍ଲାକ୍ କଫି– ବ୍ଲାକ୍ କଫି ବାୟୁପଥରେ ଥିବା ମାଂସପେଶୀର କଠିନତାକୁ ହ୍ରାସ କରିବାରେ ବହୁତ ଭଲ କାମ କରେ। ଶ୍ୱାସରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଏହା ବହୁତ ଭଲ ହୋଇଥାଏ। ଏହା ଫୁସଫୁସର କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଏବଂ ନିଶ୍ୱାସ ପ୍ରଶ୍ୱାସରୁ ପୁନରୁଦ୍ଧାରରେ ମଧ୍ୟ ସାହାଯ୍ୟ କରେ।
ପୁସେଡ ଲିପ୍ ବ୍ରିଥିଂ:-
ପୁସେଡ ଲିପ୍ ବ୍ରିଥିଂ ଏକ ଶ୍ୱାସକ୍ରିୟା କୌଶଳ। ଏହି ପ୍ରକ୍ରିୟାରେ ନିଶ୍ୱାସ ନେବା ପାଇଁ କମ୍ ଶକ୍ତି ଦରକାର କରିଥାଏ। ଆହୁରି ମଧ୍ୟ, ଏହି ପ୍ରକ୍ରିୟା ଶ୍ୱାସକ୍ରିୟା ହାରକୁ ମନ୍ଥର କରିଥାଏ, ଯାହା ଶ୍ୱାସକ୍ରୀୟ ସମସ୍ୟା ଲାଘବ କରିବାରେ କିଛି ପରିମାଣରେ ଲାଭଦାୟକ ହୋଇପାରେ।
ପୁସେଡ ଲିପ୍ ବ୍ରିଥିଂ କିପରି କରିବେ – ଏକ ଆରାମଦାୟକ ଚେୟାରରେ ବସନ୍ତୁ ଏବଂ ଆପଣଙ୍କ ପାଦକୁ ଭୂମି ଉପରେ ରଖନ୍ତୁ। ବର୍ତ୍ତମାନ କିଛି ସେକେଣ୍ଡ ପାଇଁ ନାକ ଦେଇ ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ। ଆପଣଙ୍କ ପେଟରେ ଥିବା ବାୟୁକୁ ଅନୁଭବ କରନ୍ତୁ ଏବଂ ଫୁସଫୁସ ପରିବର୍ତ୍ତେ ପେଟକୁ ବାୟୁରେ ଭରିବାକୁ ଚେଷ୍ଟା କରନ୍ତୁ। ଏବେ ଓଠକୁ ସିଟି ବଜାଇବା ଭଳି ପୋଜିସନ୍ ରେ ରଖନ୍ତୁ। ଏହାପରେ ଧୀରେ ଧୀରେ ପାଟିରୁ ନିଶ୍ୱାସ ନିଅନ୍ତୁ। ଏହି ପ୍ରକ୍ରିୟା ଦୁଇରୁ ତିନିଥର କରନ୍ତୁ।

ଶ୍ୱାସକ୍ରିୟା ସମସ୍ୟାକୁ କିପରି ରୋକାଯାଇପାରିବ :- ଯଦି କାହାର ଆଜମା କିମ୍ବା ଆଲର୍ଜି ଥାଏ, ତେବେ ସେମାନେ ଆଲର୍ଜି ସୃଷ୍ଟି କରୁଥିବା ଜିନିଷଠାରୁ ଦୂରରେ ରହିବା ଉଚିତ୍। – ପିଲାମାନଙ୍କୁ ଥଣ୍ଡା ଏବଂ ଫ୍ଲୁରୁ ଦୂରରେ ରଖିବା ପାଇଁ ଟୀକାକରଣ କରିବା ଉଚିତ୍ ।
-ଧୂମପାନରୁ ଦୂରେଇ ରୁହନ୍ତୁ। ଯଦି କେହି ଧୂମପାନ କରୁଛନ୍ତି, ସେଠାରୁ ବାହାରକୁ ଯାଆନ୍ତୁ। ଯଦି ଆପଣ କାରରେ ଯାତ୍ରା କରୁଛନ୍ତି, ତେବେ କାରକୁ ମଝିରେ ମଝିରେ ରଖି ବାହାରେ ବୁଲାବୁଲି କରି ଆଗକୁ ଯାଆନ୍ତୁ।
-ଯଦି ଆପଣ ଓଜନ ଅଧିକ ଅଛି ତେବେ ନିୟମିତ ବ୍ୟାୟାମ ଏବଂ ଯୋଗ କରନ୍ତୁ । କାରଣ ମୋଟା ଲୋକଙ୍କୁ ଅଧିକ ଶ୍ୱାସକ୍ରିୟା ସମସ୍ୟା ହୋଇଥାଏ।
-ପ୍ରଦୂଷିତ ପରିବେଶରେ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ।

Leave a Reply

Your email address will not be published. Required fields are marked *