ହ୍ରଦରେ ପଡ଼ିଛି କୋଟି କୋଟି ଟଙ୍କାର ସୁନା-ରୂପା , ହେଲେ କେହି ଉଠାନ୍ତି ନାହିଁ, କାରଣ ଜାଣିଲେ ଛାତି ଥରି ଉଠେ

ହ୍ରଦରେ ପଡ଼ିଛି କୋଟି କୋଟି ଟଙ୍କାର ସୁନା-ରୂପା , ହେଲେ କେହି ଉଠାନ୍ତି ନାହିଁ, କାରଣ ଜାଣିଲେ ଛାତି ଥରି ଉଠେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରକୃତିର ଗନ୍ତାଘର ହେଉଛୁ ହିମାଚଳ ପ୍ରଦେଶ। ସୁନ୍ଦର ବାନରାଜି ସାଙ୍ଗକୁ ରହିଛି ବହୁ ସଂଖ୍ୟାରେ ମନ୍ଦିର, ଦେବାଳୟ। ଏହାକୁ ଭାରତର ଦେବ ଭୂମି ମଧ୍ୟ କୁହାଯାଏ। କାରଣ ଏହି ସ୍ଥାନର ପ୍ରତ୍ୟେକ କୋଣରେ ଲୁଚି ରହିଛି ଅନେକ ବିସ୍ମୟ ରହସ୍ୟ। ଜଳ ପ୍ରଳୟ, ପୃଥିବୀରେ ଜନ୍ମ ହୋଇଥିବା ପ୍ରଥମ ମଣିଷର ରହସ୍ୟ, ମହାଭାରତ ସମୟର କୌରବ ଏବଂ ପାଣ୍ଡବଙ୍କ ସହିତ ଜଡିତ ଅନେକ ଆକର୍ଷଣୀୟ ଏବଂ ରହସ୍ୟମୟ ଜିନିଷ ଏଠାରେ ଦେଖିବାକୁ ମିଳେ। ତେବେ ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ସେହିଭଳି ଏକ ରହସ୍ୟମୟ ହ୍ରଦ ରହିଛି। ଯେଉଁଠି ଆପଣକୁ ଉପରେ ଚାମକୁଥିବା ଟଙ୍କା ଏବଂ ସୁନା, ରୂପା ମୁଦ୍ରା ଓ ଅଳଙ୍କାର ଦେଖିବାକୁ ମିଳିବ।
ଏହି ହ୍ରଦ ବିଷୟରେ କୁହାଯାଏ ଯେ ଏଠାରେ କୋଟି କୋଟି ଟଙ୍କାର ଭଣ୍ଡାର ରହିଛି। ସେହି ଗୁପ୍ତ ଧନ ପାଇବା ପାଇଁ ଅନେକ ଲୋକ ଏଠାକୁ ଆସିଛନ୍ତି କିନ୍ତୁ ଏହାକୁ ପାଇବାରେ କେହି ବି ସଫଳ ହୋଇପାରି ନାହାନ୍ତି। ହ୍ରଦଟିକୁ ନେଇ ବିଶ୍ୱାସ ରହିଛି ଯେ ଭୀମ ଏହି ହ୍ରଦକୁ ସୃଷ୍ଟି କରିଛନ୍ତି ଯାହା ପାତାଳ ସହିତ ସଂଯୁକ୍ତ। ହ୍ରଦ ନିକଟରେ ବାବା କାମରୁନାଗଙ୍କ ମନ୍ଦିର ଅଛି, ଯାହାଙ୍କୁ ବର୍ଷାର ଦେବତା ଭାବରେ ବିବେଚନା କରାଯାଏ। ତେବେ ଏହି ମନ୍ଦିରର ଦେବତାଙ୍କ ନାମ ଅନୁସାରେ ହ୍ରଦର ନାମ ମଧ୍ୟ କାମରୁନାଗ ରହିଛି।
ପ୍ରତିବର୍ଷ ଜୁନ୍ ୧୪ଏବଂ ୧୫ ତାରିଖରେ ବାବା କାମରୁନାଗଙ୍କ ଦର୍ଶନ ଭକ୍ତମାନଙ୍କୁ ମିଳିଥାଏ। ବାବାଙ୍କୁ ଦର୍ଶନ କରିବା ପାଇଁ ଲୋକମାନେ ରୋହଣ୍ଡା ନାମକ ସ୍ଥାନରୁ ୮ କିଲୋମିଟର ଘଞ୍ଚ ଜଙ୍ଗଲ ଏବଂ ପର୍ବତ ଅତିକ୍ରମ କରି ଏଠାକୁ ଆସିଥାନ୍ତି। ରୋହଣ୍ଡା ହିମାଚଳ ପ୍ରଦେଶର ମାଣ୍ଡି ନାମକ ସ୍ଥାନଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ରହିଛି।
କାମରୁନାଗ ହ୍ରଦକୁ ନେଇ ବିଶ୍ୱାସ ରହିଛି ଯେ ଏଥିରେ ସୁନା, ରୂପା, ଅଳଙ୍କାର ଏବଂ ଟଙ୍କା ଅର୍ପଣ କଲେ ମନସ୍କାମନା ପୂରଣ ହୁଏ । ତେଣୁ ଲୋକମାନେ ଏଠାରେ ଅଳଙ୍କାର ଏବଂ ଟଙ୍କା ଚଢ଼ାଉଥିବାର ଦେଖିବାକୁ ମିଳେ। କୁହାଯାଏ ଯେ ଲୋକମାନଙ୍କର ଏହି ନୈବେଦ୍ୟ ସିଧାସଳଖ ଦେବତାମାନଙ୍କ ନିକଟରେ ପହଞ୍ଚେ।
ବର୍ଷ ବର୍ଷ ଧରି ଲୋକମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଟଙ୍କା ଏବଂ ଅଳଙ୍କାର ହେତୁ ଏହି ହ୍ରଦରେ କୋଟି କୋଟି ଟଙ୍କାର ସମ୍ପତି ରହିଥିବାର ଅନୁମାନ କରାଯାଏ। କିନ୍ତୁ କେହି ଏହାକୁ ଚୋରି କରିପାରନ୍ତି ନାହିଁ କାରଣ ଏହା ଦେବତାମାନଙ୍କର ଭଣ୍ଡାର, ଯାହାକୁ ସ୍ଵୟଂ ସର୍ପ ଦେବତାମାନଙ୍କ ଦ୍ୱାରା ସୁରକ୍ଷା ଦିଆଯାଉଛି। ତେବେ ଏହି ହ୍ରଦ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଯେତିକି ଗୁରୁତ୍ଵ ତାହାର ପ୍ରାକୃତିକ ଦୃଶ୍ୟ ମଧ୍ୟ ସେତିକି ମନୋରମ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: