କରୋନା ସମୟରେ ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ କରନ୍ତୁ ଏହି ସବୁ ଉପାୟ

କରୋନା ସମୟରେ ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ କରନ୍ତୁ ଏହି ସବୁ ଉପାୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମଣିଷ ଜୀବନରେ ଅନେକ ଘଟଣା ଦୁର୍ଘଟଣା ସର୍ବଦା ଲାଗି ରହିଥାଏ। ଏହି ଘଟଣା, ଦୁର୍ଘଟଣା ଓ କାମର ଚାପ ପାଇଁ ଅନେକ ଲୋକ ଚିନ୍ତାରେ ରହିଥାନ୍ତି। ତେବେ କରୋନା ଆରମ୍ଭ ହେବା ଦିନରୁ ଦେଶରେ ଲୋକମାନଙ୍କ ଭିତରେ ଅଧିକ ମାତ୍ରାରେ ମାନସିକ ଚିନ୍ତା ବଢ଼ି ଥିବାର ବିଭିନ୍ନ ଗବେଷଣାରୁ ଜଣା ପଡ଼ିଛି। ମାନସିକ ଚିନ୍ତା ଅନେକ ସମୟରେ ଆମ ପାଇଁ ବଡ ବିପଦକୁ ଡାକି ଆଣିଥାଏ । ତେବେ ଯଦି ଆପଣଙ୍କର ମାନସିକ ଚିନ୍ତା ଲକ୍ ଡାଉନ୍ ଆଉ କରୋନା ମହାମାରୀ ସମୟରେ ବୃଦ୍ଧି ପାଉଛି ତେବେ ଆପଣାନ୍ତୁ ଏହି କିଛିଟା ଉପାୟ ଆପଣାଇ ସେଥିରୁ ମୁକ୍ତି ପାଇପାରିବେ

  • ଯଦି ଆପଣଙ୍କର ମାନସିକ ଚିନ୍ତା ରହୁଛି ତେବେ ଆପଣ ଯେତେ ଅଧିକ ପାରିବେ ପାହାଚରେ ଚାଲନ୍ତୁ । ଏହା ଫଳରେ ଆପଣଙ୍କ ମନ ସୁସ୍ଥ ଏବଂ ସ୍ଥିର ରହିବ ଏବଂ ଆପଣଙ୍କ ମାନସିକ ଅବସାଦ ଦୂର ହେବ ।
  • ଅଧିକ ଧୂମପାନ ବା ନିଶା ସେବନ କରିବା ଦ୍ଵାରା ଶରୀରର ରକ୍ତ ସଂଚାଳନରେ ବାଧା ସୃଷ୍ଟି ହୋଇଥାଏ ଏବଂ ଯୌନ କ୍ଷମତା ମଧ୍ୟ ହ୍ରାସ ପାଇଥାଏ । ଏହାସହ ମାନସିକ ଚିନ୍ତା ବଢ଼ିଥାଏ। ତେଣୁ ନିଶା ସେବନ ଠାରୁ ଦୂରେଇ ରୁହନ୍ତୁ।
  • ସକାଳ ସମୟରେ ଅଧିକ ଖାଦ୍ଯ ଖାଇବା ଉଚିତ, ଦିନବେଳେ ତାହାଠାରୁ କମ ଖାଇବା ଉଚିତ, ଏବଂ ରାତିରେ ବହୁତ କମ ଖାଇଲେ ଆପଣଙ୍କ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାସହ ସାତ୍ୱିକ ଖାଦ୍ୟ ଖାଇବା ଦ୍ବାରା ମନର ଶାନ୍ତି ବଜାୟ ରହିଥାଏ। କ୍ରୋଧ କମ ଆସିଥାଏ।
  • ସବୁବେଳେ ଚେଷ୍ଟା କରନ୍ତୁ ବିନା ତକିଆରେ ଶୋଇବା ପାଇଁ, ବିନା ତକିଆରେ ଶୋଇଲେ ଆପଣଙ୍କ ଅଣ୍ଟା ଦରଜ ଭଲହେବା ସହିତ ଆପଣଙ୍କର ମେରୁଦଣ୍ଡ ସୁଦୃଢ ହୋଇଥାଏ । ମାନସିକ ଚିନ୍ତା କମ ହୋଇଥାଏ। ମସ୍ତି୍କ ଅଧିକ ସକ୍ରିୟ ହୋଇଥାଏ।
  • ସକାଳର ସୂର୍ଯ୍ୟ କିରଣ ଅଧିକ ମାତ୍ରାରେ ଶରୀରରେ ପଡିଲେ ମାନସିକ ଅବସାଦ ଦୂର ହୋଇଥାଏ ଏବଂ କାର୍ଯ୍ୟ ଦକ୍ଷତା ବଢ଼ି ଥାଏ।
  • ରାତ୍ରି ସମୟରେ ବାମପଟ କଡ ମାଡି ଶୋଇଲେ ଶରୀରରୁ ଦୂଷିତ ପଦାର୍ଥ ପରିସ୍ରା ମାଧ୍ୟମରେ ଅତି ସହଜରେ ବାହାରି ଯାଇଥାଏ । ଏବଂ ଆପଣଙ୍କର ଲିଭର ସୁସ୍ଥ ରହିଥାଏ । ଶରୀର ସୁସ୍ଥ ରହିବା ଦ୍ଵାରା ଭଲ ନିଦ ହୋଇଥାଏ। ମାନସିକ ଶାନ୍ତି ବଢ଼ିଥାଏ।
  • ରାତ୍ରି ସମୟରେ ଯଦି ଆପଣଙ୍କୁ ନିଦ ହେଉନଥାଏ, ତେବେ ୯୯ ଠାରୁ ୧ ପର୍ଯ୍ୟନ୍ତ ସଂଖ୍ୟା ଗୁଡିକୁ ଓଲଟା ଗଣନ୍ତୁ କିମ୍ବା ଈଶ୍ବରଙ୍କ ନାମ ବାରମ୍ବାର ଜପ କରନ୍ତୁ। ଏପରି କରିବା ଦ୍ଵାରା ଶୀଘ୍ର ନିଦ ହୋଇଯିବ।
  • ଗୁଆ ଘିଅକୁ ଉଷୁମ କରି ନାକରେ ୩ ବୁନ୍ଦା ପକାଇବା ଦ୍ଵାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ, ଏବଂ ଆଖି ଭଲ ରହିବା ସହିତ ମନ ସ୍ଥିର ରହିଥାଏ ।
  • ପ୍ରତ୍ୟକ ଦିନ କାନ, ପେଟ, ଓ ମୁଣ୍ଡରେ ତେଲ ମାଲିସ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ମନ ହାଲୁକା ଲାଗିଥାଏ।
  • ବସିବା ବେଳେ ସର୍ବଦା ସିଧା ହୋଇ ବସିବା ଆବଶ୍ୟକ । ଏହା କରିବା ଦ୍ଵାରା ଆପଣଙ୍କର ହାର୍ଟ ଏବଂ ଲିଭରକୁ ଆକ୍ସିଜେନ ସିଧା ପହଞ୍ଚିଥାଏ । ଏବଂ ଆପଣଙ୍କର ଶରୀର ସୁସ୍ଥ ରହିଥାଏ ।
  • ଏହାସହ ନିୟମିତ ଯୋଗ ବ୍ୟାୟାମ କରିବା ସହ ଈଶ୍ୱରଙ୍କୁ କିଛି ସମୟ ଧ୍ୟାନ କରିବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଏ। ଏହାସହ ଏକଲା ନରହି ପରିବାର ଲୋକଙ୍କ ସହ ମିଶି ରୁହନ୍ତୁ। ପିଲାମାନଙ୍କୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ। ଘରର ମହିଳାମାନଙ୍କୁ ମଧ୍ୟ ଅଣ ଦେଖା କରନ୍ତୁ ନାହିଁ। କାରଣ କରୋନା କାଳରେ ସୁସ୍ଥ ରହିବା ପାଇଁ। ମାନସିକ ଶାନ୍ତି ନିହାତି ଜରୁରୀ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: