ଦୁନିଆର ସବୁଠାରୁ ବିପଜ୍ଜନକ ଜେଲ୍ , ମାତ୍ର ୨୯ ବର୍ଷରେ ବନ୍ଦ ହୋଇଗଲା

ଦୁନିଆର ସବୁଠାରୁ ବିପଜ୍ଜନକ ଜେଲ୍ , ମାତ୍ର ୨୯ ବର୍ଷରେ ବନ୍ଦ ହୋଇଗଲା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମସ୍ତଙ୍କୁ ଜଣା ଯେ ଜେଲ୍ ହେଉଛି ସେହି ସ୍ଥାନ ଯେଉଁଠାରେ ଅପରାଧୀଙ୍କୁ ଚୋରି, ଡକାୟତି, ହତ୍ୟା ଏବଂ ଅନ୍ୟାନ୍ୟ ଅପରାଧ ପାଇଁ ଦଣ୍ଡ ଦିଆଯାଇଥାଏ। ତେବେ ବିଭିନ୍ନ ଦେଶରେ ଛୋଟରୁ ବଡ ଅନେକ ଜେଲ୍ ରହିଛି। କେତେକ ଜେଲ୍ ସେଠାରେ କଏଦୀଙ୍କୁ ମିଳୁଥିବା ଉତ୍ତମ ସୁବିଧା ପାଇଁ ଜଣାଶୁଣା ହୋଇଥିବା ବେଳେ ଆଉ କେତେକ ବନ୍ଦୀମାନଙ୍କ ପ୍ରତି କଠୋରତା ପାଇଁ ଜଣାଶୁଣା। ବେଳେ ବେଳେ ଜେଲରେ ରହୁଥିବା ବନ୍ଦୀମାନେ ସେଠାକାର କଷ୍ଟ ସହ୍ୟ ନକରି ପାରି ଲୁଚି ପଳାଇବାର ଖବର ଆସିଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ବିପଜ୍ଜନକ କାରାଗାର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ କୁହାଯାଏ ଯେ ଏଠାରୁ ଗୋଟିଏ ବି କଏଦୀ ଖସି ଯିବାକୁ ସକ୍ଷମ ହୋଇ ନାହାନ୍ତି।
ଏହି କାରାଗାରର ନାମ ହେଉଛି ‘ଅଲକାଟ୍ରାଜ୍ ଜେଲ୍’, ଯାହା କାଲିଫର୍ଣ୍ଣିଆର ସାନ ଫ୍ରାନ୍ସିସ୍କୋ ଉପକୂଳବର୍ତ୍ତୀ ଅଲକାଟ୍ରାଜ୍ ଦ୍ୱୀପରେ ଅବସ୍ଥିତ। ୧୯୩୪ ମସିହାରେ ଏହି ଅଲକାଟ୍ରାଜ୍ ଜେଲ୍ ତିଆରି ହୋଇଥିଲା, କିନ୍ତୁ ଅଧିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ହେତୁ ୧୯୬୩ ରେ ଏହାକୁ ବନ୍ଦ କରା ଯାଇଥିଲା। ବର୍ତ୍ତମାନ ଏହି ଜେଲକୁ ସଂଗ୍ରହାଳୟ ଭାବରେ ବ୍ୟବହାର କରାଯାଉଛି, ଯାହାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ପରିଦର୍ଶନରେ ଆସନ୍ତି। କାରାଗାରଟିକୁ ‘ଦି ରକ୍’ ମଧ୍ୟ କୁହାଯାଏ।
କଡା ସୁରକ୍ଷା ବ୍ୟବସ୍ଥା ଏବଂ ସାନ ଫ୍ରାନ୍ସିସକୋ ଗଲ୍ଫର ଶୀତଳ ଜଳ ଚାରିପଟେ ଘେରି ରହିଥିବା ଏହି କାରାଗାରକୁ ଆମେରିକାର ସବୁଠାରୁ ଶକ୍ତିଶାଳୀ କାରାଗାର ଭାବରେ ବିବେଚନା କରାଯାଉଥିଲା, ଯେଉଁଠାରୁ କୌଣସି ବନ୍ଦୀ କେବେ ଖସି ଯିବା କଥା ସ୍ବପ୍ନରେ ବି ଭାବି ନଥିବେ। କୁହାଯାଏ ଯେ ଆମେରିକାର ସବୁଠାରୁ ଦୃଦାନ୍ତ କଏଦୀଙ୍କୁ ଏହି ଜେଲରେ ରଖାଯାଉଥିଲା। ଜେଲର ୨୯ ବର୍ଷର ଇତିହାସରେ ସମୁଦାୟ ୩୬ ଜଣ ଅନ୍ତେବାସୀ ଏଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ ହେଁ ସେମାନଙ୍କ ମଧ୍ୟରୁ ୧୪ ଜଣ ଧରାପଡିଥିଲେ, ଅନ୍ୟ କେତେକ ପୋଲିସ ଗୁଳିରେ ମରିଥିବା ବେଳେ ଆଉ କେତେକ ପାଣିରେ ବୁଡ଼ି ଜୀବନ ହାରିଥିଲେ। ଏପରିକି ବୁଡି ମରିଥିବା ପାଞ୍ଚ ଜଣ କଏଦୀଙ୍କ ମୃତଦେହ ପୋଲିସ ପାଇପାରି ନାହିଁ।
କୁହାଯାଏ ଯେ ଜୁନ୍ ୧୯୬୨ ମସିହାରେ ତିନି ଜଣ କଏଦୀ ଫ୍ରାଙ୍କ ମୋରିସ୍, ଜନ୍ ଆଙ୍ଗଲିନ୍ ଏବଂ କ୍ଲେରେନ୍ସ ଆଙ୍ଗଲିନ୍ ଏହି ଜେଲରୁ ଖସିଯିବାରେ ସଫଳ ହୋଇଥିଲେ। ବହୁ ବର୍ଷ ପରେ ପୋଲିସ ପାଇଥିବା ଏକ ଚିଠିରେ ଏହା ଦାବି କରାଯାଇଥିଲା। ଏହା ପରେ ପୋଲିସ ସେମାନଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ, ସେମାନଙ୍କୁ ପାଇ ପାରିନଥିଲା। ଯାହାଦ୍ୱାରା ଜେଲରୁ ଖସିଯିବା ପରେ ସେ ଜୀବିତ ଥିବା ପ୍ରମାଣିତ ହୋଇନାହିଁ। ଉକ୍ତ କଏଦୀଙ୍କ ପରିବାର ସଦସ୍ୟ ମଧ୍ୟ ଦାବି କରିଛନ୍ତି ଯେ ସେମାନେ ଜୀବିତ ଅଛନ୍ତି, କିନ୍ତୁ ସେମାନଙ୍କୁ ବହୁ ଖୋଜା ଖୋଜି ପରେ ବି ପୋଲିସ ପାଇଁ ନାହିଁ। ଏହି କାରାଗାରକୁ ଆମେରିକାର ସବୁଠାରୁ ଭୟଙ୍କର କାରାଗାର ଭାବେ ମଧ୍ୟ ବିବେଚନା କରାଯାଇଥାଏ। କାରଣ ହେଉଛି ଏଠାରେ ଅନେକ କଏଦୀ ଆତ୍ମହତ୍ୟା କରିଛନ୍ତି। ବିଭିନ୍ନ ସମୟରେ ଏହାକୁ ନେଇ ଦାବି କରାଯାଉଥିଲା ଯେ ସେମାନଙ୍କର ଆତ୍ମା ​​ଏଠାରେ ବୁଲୁଛି। ଏଠାରେ ରହୁଥିବା ଅନ୍ୟ କଏଦୀ ବା ଜେଲ୍ କର୍ମଚାରୀ ଏଠାରେ ଭୟାନକ କାର୍ଯ୍ୟକଳାପ ବା ନକରାତ୍ମକ ଶକ୍ତିର ଉପସ୍ଥିତ ଅନୁଭବ କରିଛନ୍ତି ବୋଲି କୁହାଯାଏ। ତେବେ ସେଠାରୁ ଜେଲ୍ ବନ୍ଦ ହେବାର ଏହା ଏକ କାରଣ ମଧ୍ୟ ବୋଲି କେହି କେହି କୁହନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: