କୋରୋନ ଟିକା ନେଲେ ମିଳୁଛି ସୁନା ଉପହାର, ଜାଣନ୍ତୁ କେଉଁଠି…

କୋରୋନ ଟିକା ନେଲେ ମିଳୁଛି ସୁନା ଉପହାର, ଜାଣନ୍ତୁ କେଉଁଠି…


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋଭିଡ ଟୀକା ନେଲେ ମିଳୁଛି ସୁନା ଉପହାର । ଟାକୀକରଣକୁ ଅଧିକ କ୍ରୀୟାଶୀଳ କରିବା ସହ ଲୋକଙ୍କ ସଚେତନ କରିବାକୁ ଗୁଜରାଟର ରାଜକୋଟରେ ଏପରି ନିଆରି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି । ଏଠାରେ କରୋନା ଟୀକା ନେଉଥିବା ମହିଳାମାନଙ୍କୁ ସୁନା ନାକ ଫୁଲ ଏବଂ ପୁରୁଷମାନଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଉପହାର ଦିଆଯାଉଛି । ଗୁଜରାଟରେ କରୋନା ମାମଲା ଦ୍ରୃତଗତିରେ ବୃଦ୍ଧି ହେଉଥିବା ବେଳେ ଅଧିକରୁ ଅଧିକ ଟୀକାକରଣ କରାଯାଉଛି । ଏଥିପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ତେବେ ସାଧାରଣ ଲୋକଙ୍କୁ ଟୀକାକରଣ ପାଇଁ ସ୍ୱର୍ଣ୍ଣକାର ସମ୍ପ୍ରଦାୟର ଲୋକମାନେ ଏପରି ଉପହାର ଦେବା ଆରମ୍ଭ କରିଛନ୍ତି । ତେବେ ଏଠାରେ କରୋନା ଟୀକା ନେଲେ ପୁରୁଷମାନଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଏବଂ ମହିଳାମାନଙ୍କୁ ସୁନା ନାକ ଫୁଲ ଦିଆଯାଉଛି ।

ରାଜକୋଟର ସ୍ୱର୍ଣ୍ଣକାର ସମାଜର ସହଯୋଗରେ ରାଜକୋଟ ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ସୋନେ ବାଜରରେ ଥିବା କିଶୋର ସିଂହ ପ୍ରାଥମିକ ବିଦ୍ୟାଳୟରେ ମାଗଣା କରୋନା ଟୀକାକରଣ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ଏବେ ସୁଦ୍ଧା ୭୫୧ ମହିଳାଙ୍କୁ ସୁନା ନାକ ଫୁଲ ଦିଆଯାଇଥିବା ବେଳେ ଟୀକା ନେବାପରେ ୫୮୦ ଜଣ ପୁରୁଷଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଦିଆଯାଇଛି ।
ଲୋକମାନେ ଟୀକା ନେଇ ବାହାରକୁ ଆସୁଥିବା ବ୍ୟକ୍ତିଙ୍କୁ ସେମାନଙ୍କୁ ପ୍ରଥମେ ସ୍ୱାଗତ କରିବା ପରେ ସେମାନଙ୍କୁ କରୋନା ବିଷୟରେ ସଚେତନତା କରାଉଛନ୍ତି ଷ ଏହା ପରେ ପୁରୁଷଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଏବଂ ମହିଳାମାନଙ୍କୁ ଏକ ସୁନା ନାକ ଫୁଲ ଉପହାର ଭାବେ ଦିଆଯାଇଥିଲା । ଦେଶରେ କରୋନା ସ୍ଥିତି ବିଗୁଡୁ ଥିବା ବେଳେ ରାଜକୋଟବାସୀ କରୋନା ଟୀକାକରଣକୁ ପ୍ରୋତ୍ସାହିତ କରିବା ପାଇଁ କରୁଥିବା ଏହି ପ୍ରୟାସକୁ ସବୁ ମହଲରେ ବେଶ ପ୍ରଶଂସା କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: