ମୟୁରଭଞ୍ଜରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ରେଳ ଐତିହ୍ଯ ସଂଗ୍ରହାଳୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୀର୍ଘ ଦିନ ପରେ ପୂରଣ ହେବାକୁ ଯାଉଛି ମୟୁରଭଞ୍ଜ ବାସୀଙ୍କ ସ୍ୱପ୍ନ। ବାରିପଦାରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ରେଳ ଐତିହ୍ଯ ସଂଗ୍ରହାଳୟ। ଭଞ୍ଜବଂଶୀୟ ରାଜ ପରିବାରର କର୍ତ୍ତୀରାଜିକୁ ଦେଖିବାର ସୁଯୋଗ ପାଇବେ ମୟୁରଭଞ୍ଜବାସୀ।ବାରିପଦାରେ ପ୍ରତିଷ୍ଠା ହେବ ରାଜ୍ଯର ପ୍ରଥମ ରେଳ ସଂଗ୍ରାହାଳୟ। ବାରିପଦା ରେଳ ଷ୍ଟେସନରେ ପ୍ରତିଷ୍ଠା ହେବାକୁ ଯାଉଛି ଏହି ରେଳ ଐତିହ୍ୟ ମ୍ୟୁଜିୟମ। ସ୍ୱାଧୀନତାର ବହୁ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାରେ ରାଜ୍ୟରେ ପ୍ରଥମ ଥର ରେଳ ସେବା ଆରମ୍ଭ ହୋଇଥିଲା। ଏବେ ମଧ୍ୟ ବାରିପଦା ରେଳ ଷ୍ଟେସନ ସମ୍ମୁଖରେ ସେହି ରେଳ ଇଞ୍ଜିନ ରହିଛି।

Leave a Reply

Your email address will not be published. Required fields are marked *