ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ପରେ ହରିୟାଣାରେ ୧୭ ଯାଏଁ ସ୍କୁଲ ବନ୍ଦ

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ପରେ ହରିୟାଣାରେ ୧୭ ଯାଏଁ ସ୍କୁଲ ବନ୍ଦ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦିଲ୍ଲୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ। ଏହାକୁ ଆୟତ୍ତ କରିବା ପାଇଁ ବିଭିନ୍ନ ପ୍ରଥା ଅପଣାଉଛନ୍ତି ସରକାର। ଏନସିଆର ବାୟୁ ପ୍ରଦୂଷଣ ଏବେ ବିଷ ସହିତ ସମ୍ମାନ ହୋଇଥିବା ବେଳେ ଦିଲ୍ଲୀ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି। ତେବେ ହରିୟାଣା ପରିସ୍ଥିତି ମଧ୍ୟ ଜଟିଳ ହୋଇପଡିଛି। ଏଠି ବାୟୁ ସିଗାରେଟ ଧୂଆଁ ସହିତ ସମାନ ହୋଇଛି। ଏଣୁ ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ହରିୟାଣା ସରକାର ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏହା ଛଡା ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ହରିୟାଣା ସରକାର କଟକଣା ଜାରି କରିଛନ୍ତି। ସରକାରୀ ଓ ଘରୋଇ ଦପ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ଲାଗି ନିର୍ଦ୍ଦେଶ ଦିଆଯାଇଛି।ଏହି କଟକଣା ଦିଲ୍ଲୀ ସଲଗ୍ନ ହରିୟାଣାର ୪ଟି ଜିଲ୍ଲା ଯଥା ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝଜ୍ଜର ପାଇଁ ଲାଗୁ ହୋଇଛି। ତେବେ ରାଜ୍ୟର ଅନ୍ୟ ଭାଗରେ ବିଦ୍ୟାଳୟ, ନିର୍ମାଣ ଓ ସରକାରୀ ଘରୋଇ କାର୍ଯ୍ୟାଳୟ ସ୍ୱଭାବିକ ରହିବ। ରାଜଧାନୀ ଦିଲ୍ଲୀରେ ଦୀପାବଳି ପରଠାରୁ ବାୟୁର ମାନ ଲଗାତାର ହ୍ରାସ ହୋଇଚାଲିଛି। ଯାହା ନିଶ୍ୱାସ ଉପଯୋଗୀ ବି ନୁହେଁ ବୋଲି କୁହାଯାଇଛି।ଏଣୁ ପ୍ରଦୂଷଣ ଯୋଗୁ ଦିଲ୍ଲୀ ସରକାର ସେଠାରେ ସମସ୍ତ ସ୍କୁଲ ବନ୍ଦ ଘୋଷଣା କରିବା ସହ କେତେକାଂଶରେ ସରକାରୀ କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀକୁ ଲାଗି ରହିଥିବା ହରିୟାଣାର ୪ଟି ଜିଲ୍ଲା ମଧ୍ୟ ବାୟୁ ପ୍ରଦୂଷଣରେ ସମାନ ପ୍ରଭାବିତ ହୋଇଛି। ନିକଟରେ ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ଜଳବାୟୁ ଗୋଷ୍ଠୀ ଆଇକ୍ୟୁଏୟାରର ବାୟୁ ଗୁଣବତ୍ତା ଏବଂ ପ୍ରଦୂଷଣ ସହର ଟ୍ରାକିଂ ସେବା ବିଶ୍ୱରେ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଭାରତର ତିନୋଟି ସହର ରହିଛି । ଏହି ତାଲିକାରେ ଦିଲ୍ଲୀ AQI ୫୫୬ ସହିତ ଟପ୍ ରେ ରହିଛି । ସେହିପରି ତାଲିକାରେ କୋଲକାତା ୪ର୍ଥ ନମ୍ବରରେ ଥିବା ବେଳେ ମୁମ୍ବାଇ ୬ଷ୍ଠ ନମ୍ବରରେ ରହିଛି । ତେବେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଙ୍କୁ ସୁପ୍ରିମ କୋର୍ଟ ପ୍ରଶ୍ନ କରିବା ସହ ଏଥିପାଇଁ ଦୁଇଦିନ ଲକ୍ ଡାଉନ୍ କରିବା ସମ୍ଭବ କି ? ପ୍ରଶ୍ନ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: